ଗୋରୁ ବୋଝେଇ କଣ୍ଟେନର ସହ ୨ଟି ସ୍କର୍ଫିଓ ଜବତ, ୧୧ ଅଟକ

ସୋର ୨୯।୦୫: ଗୋରୁ ବୋଝେଇ କଣ୍ଟେନର ସହ ୨ଟି ସ୍କର୍ଫିଓ ଜବତ, ୪୦ ଗୋରୁ ଉଦ୍ଧାର । ଘଟଣାରେ ୧୧ଜଣଙ୍କୁ ଅଟକ ରଖିଛି ପୋଲିସ୍ । ବାଲେଶ୍ୱର ଜିଲ୍ଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ବରଫକଳ ନିକଟରୁ ଜବତ କରିଛି ପୋଲିସ । ଖବର ଅନୁଯାୟୀ, ଶନିବାର ରାତିରେ ସିମୁଳିଆ ପୋଲିସ ଏକ ବେଆଇନ ଭାବେ ଚାଲାଣ ହେଉଥିବା ଗୋରୁ ବୋଝେଇ ଗାଡି଼ର ପିଛା କରିଥିଲା । ଶେଷରେ ୧୬ ନମ୍ବର ଜାତୀୟ ରାଜପଥ ସୋର ବରଫକଳ ନିକଟରେ କଣ୍ଟେନର ଜବତ କରିଥିଲା । ଯେଉଁଥିରେ ୪୦ରୁ ଅଧିକ ଗୋରୁ ପଶ୍ଚିମବଙ୍ଗକୁ ବେଆଇନ ଚାଲାଣ ହେଉଥିଲା l ସେହିପରି ଅନ୍ୟ ୨ କଣ୍ଟେନର ଘଟଣାସ୍ଥଳରୁ ଫେରାର ହୋଇଯାଇଛି l ଗୋରୁ ଗାଡିକୁ ସୁରକ୍ଷା ଦେଇ ଯାଉଥିବା ଦୁଇ ସ୍କର୍ଫିଓକୁ ପୋଲିସ ଜବତ କରିଛି l ଏଥିରେ ୧୧ ଜଣଙ୍କୁ ପୋଲିସ ସନ୍ଦେହରେ ଅଟକ ରଖିଛି l

Leave A Reply

Your email address will not be published.