ବୁଗୁଡ଼ା ଡାକ୍ତରଖାନାରେ ରୋଗୀଙ୍କୁ ହଟ୍ ଟ୍ରିଟ୍‌ମେଣ୍ଟ୍

ବୁଗୁଡ଼ା : ଆବଶ୍ୟକ ଡାକ୍ତର ନାହାନ୍ତି କି, ପରୀକ୍ଷା ପାଇଁ ମେସିନ୍ ନାହିଁ। ଏଭଳି ପରିସ୍ଥିତିରେ ପୁରୁଣା କୋଠାକୁ ପୁନରୁଦ୍ଧାର ପାଇଁ ଭଙ୍ଗାଯିବା ପରେ କାମଚଳା ନୀତିରେ ଗ୍ୟାରେଜ୍ ଭିତରେ ଇନ‌ଡୋର୍ ରୋଗୀଙ୍କୁ ଚିକିତ୍ସା ଚାଲିଛି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଟାଣଖରାରେ ରୋଗୀ ଶେଯ ଉପରେ କଲବଲ ହେଉଛନ୍ତି। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଡାକ୍ତରଖାନାରୁ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କୋଟିଏ ଟଙ୍କାରୁ ଅଧିକ ଟଙ୍କା ବ୍ୟୟରେ ନୂଆ କୋଠା ଛିଡ଼ା କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପୁରୁଣା କୋଠାକୁ ୩ ମାସ ହେଲା ଭାଙ୍ଗି ଦିଆଯାଇଛି। ଫଳରେ ବିକଳ୍ପ ପନ୍ଥା ଗ୍ରହଣ ସ୍ବରୂପ, ଗ୍ୟାରେଜ୍‌କୁ ‌ଇନ‌ଡୋର୍ ୱାର୍ଡ଼ କରାଯାଇଛି। ସେଠାରେ ଶଯ୍ୟା ପକାଯାଇ କାମଚଳା ନୀତିରେ ରୋଗୀଙ୍କ ଚିକିତ୍ସା ଚାଲିଛି। କିନ୍ତୁ ପ୍ରବଳ ଗରମରେ ରୋଗୀ ସିଝୁଥିବା ଦେଖିବାକୁ ମିଳୁଛି। ସଂପର୍କୀୟମାନେ ଏହାକୁ ନେଇ ଅସନ୍ତୋଷ ପ୍ରକଟ କଲେ ବି ନିରୁପାୟ ସାଜିଛନ୍ତି। ସେହିପରି ‌ଗୋଟିଏ ଛୋଟ କୋଠରିରେ ଆଉଟଡୋର୍ ଚାଲିଛି। ଜଣେ ମାତ୍ର ଡାକ୍ତର ଶତାଧିକ ରୋଗୀଙ୍କୁ ଚିକିତ୍ସା କରୁଛନ୍ତି। ପ୍ରତିଦିନ ରୋଗୀ ଓ ତାଙ୍କ ସଂପର୍କୀୟ ପ୍ରବଳ ଖରାରେ ସେଡ୍‌ରେ ଅପେକ୍ଷା କରୁଛନ୍ତି।

Leave A Reply

Your email address will not be published.