ଭାଲୁ ଆକ୍ରମଣରେ ଜଣେ ଗୁରୁତର, ଆମ୍ୱ ଗୋଟାଉଥିବାବେଳେ ମାଡିବସିଲା

ପାଟଣା ୩୧/୦୫: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ରାଜନଗର ବିଟ୍ କୋଡ଼ଖମଣ ଗାଁରେ ଭାଲୁ ଆତଙ୍କ । ଭାଲୁ ଆକ୍ରମଣରେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଗୁରୁତର ହେଲେ ସଦାନନ୍ଦ ମହାନ୍ତ । ସୁଚନା ଅନୁସାରେ ଆଜି ସକାଳୁ ସଦାନନ୍ଦ ଘର ନିକଟରେ ଥିବା ଆମ୍ବ ଗଛରୁ ପଡିଥିବା ଆମ୍ବ ଗୋଟାଉଥିବା ବେଳେ ଗଛ ଉପରୁ ଥିବା ଭାଲୁ ତାଙ୍କୁ ଆକ୍ରମଣ କରିଥିଲା ସ୍ଥାନୀୟ ଲୋକେ ତାଙ୍କୁ ଭାଲୁ କବଳରୁ ଉଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ସଦାନନ୍ଦଙ୍କ ବାମ ଗୋଡ଼ ରେ ଗଭୀର କ୍ଷତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.