ଅଓ୍ୱନ୍ତିପୋରା ଏନକାଉଣ୍ଟରରେ ସୁରକ୍ଷାବାହିନୀକୁ ସଫଳତା, ଟଳିଲେ ୨ ଆତଙ୍କୀ

ଶ୍ରୀନଗର ୩୧/୦୫: ଜାମ୍ମୁ କାଶ୍ମୀରର ଅଓ୍ୱନ୍ତିପୋରାରେ ପୋଲିସ ଏବଂ ସୁରକ୍ଷା ବାହିନୀ ଏନକାଉଣ୍ଟର । ଫଳରେ ଏହି ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି ସୁରକ୍ଷାବାହିନୀ । ଜାମ୍ମୁ କାଶ୍ମୀର ପୋଲିସ ମଙ୍ଗଳବାର ଏହି ସୂଚନା ଦେଇଛି । ସୋମବାର ସନ୍ଧ୍ୟାରେ ରାଜପୁରା ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା । ବିଶେଷ କଥା ହେଉଛି ସୋମବାର ନିଜେ ପୁଲୱାମାରେ ସୁରକ୍ଷା ବାହିନୀ ଦ୍ୱାରା ଦୁଇଜଣ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କୁ ନିପାତ କରିଥିଲେ । ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜାମ୍ମୁ କାଶ୍ମୀର ପୋଲିସ କହିଛି । ସେମାନଙ୍କ ନିକଟରୁ ଦୁଇଟି AK-47 ସହିତ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ନିହତ ହୋଇଥିବା ଆତଙ୍କବାଦୀ ତ୍ରାଲର ଶାହିଦ ଏବଂ ଶୋପିଆର ଉମର ୟୁସୁଫ ବୋଲି ଚିହ୍ନଟ କରାଯାଇଛି ।କାଶ୍ମୀରର ଆଇଜିପି ବିଜୟ କୁମାର କହିଛନ୍ତି ଯେ ଆତଙ୍କବାଦୀ କାର୍ଯ୍ୟକଳାପ ବ୍ୟତୀତ ଏମାନେ ଅନେକ ଅପରାଧିକ କାର୍ଯ୍ୟକଳାପ ସଂପୃକ୍ତି ଥିଲେ । ଏହାପୂର୍ବରୁ କାଠୁଆରେ ସୁରକ୍ଷା ବାହିନୀ ମଧ୍ୟ ସୀମା ପାର୍ ହୋଇ ଆସିଥିବା ଡ୍ରୋନକୁ ଗୁଳି ମାରି ଖସାଇଥିଲେ । ଏହି ଡ୍ରୋନ୍ ମାଧ୍ୟମରେ ୭ ଟି ଗ୍ରେନେଡ୍ ଏବଂ ବୋମା ଅଣାଯାଇଥିଲା ।

Leave A Reply

Your email address will not be published.