ଶୀତଳଷଷ୍ଠୀ ଯାତ୍ରା ଲାଗି ଦୁଲୁକୁଛି ପଶ୍ଚିମ ଓଡ଼ିଶା, ସମ୍ୱଲପୁର ନନ୍ଦପଡାର ବମ୍ ବରାଡ ବାବା ବାଲୁଙ୍କେଶ୍ୱରଙ୍କ ହେବ ପତରପେଣ୍ଡି

ସମ୍ୱଲପୁର ୩୧/୦୫: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସମ୍ବଲପୁର । ଝିଅ ବାହାଘର ପାଇଁ କନ୍ୟା ପିତାମାତା ଘରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି । ଝିଅ ପାର୍ବତୀ ଓ ଜ୍ବାଇଁ ମହାଦେବଙ୍କ ସବୁ ପ୍ରକାର ସାମଗ୍ରୀ ଘରେ ପହଞ୍ଚିଲାଣି । ସୁନା ଅଳଙ୍କାର ଠାରୁ ଆରମ୍ଭ କରି ଲୁଗା ପଟା, ଖଟ ପଲଙ୍କ, କଂସା ବାସନ ସବୁ ରେଡି । ୨ ବର୍ଷ ପରେ ଆଡମ୍ବର ପୂର୍ଣ୍ଣଭାବେ ପାଳନ ହେଉଥିବାବେଳେ ଆଜି ବିରାଟ ଶୋଭାଯାତ୍ରା ଦେଖିବାକୁ ମିଳିବ । ଶଙ୍ଖ, ଘଣ୍ଟ, ଦୁଲଦୁଲି ତଥା ଲୋକ ନୃତ୍ଯ ସାଥିରେ ନେଇ ବରପିତା ଓ ସପ୍ତଋଶି କନ୍ଯା ଅନ୍ବେଷଣରେ ଯିବେ । କନ୍ୟା ଘରେ ପହଂଚିଲା ପରେ ସପ୍ତଋଶି ଓ ବରପିତା ଦେବ ଦେବ ମହାଦେବଙ୍କ ଗୁଣଗାନ କରିବେ । ତେବେ ଝିଅ ଘର ରାଜି ହେଲା ପରେ ସରଗି ପତ୍ରର ବିଡା, ବେଲପତ୍ର, ଫୁଲ ଦେଇ ନିର୍ବନ୍ଧ ବା ପତରପେଣ୍ଡି କାର୍ଯ୍ୟକ୍ରମ କରିବେ । ସେହିପରି ଆସନ୍ତା ୨ ତାରିଖ ଅନ୍ୟ ପ୍ରମୁଖ ଯାତ୍ରା କମିଟି ସେମାନଙ୍କର ପତରପେଣ୍ଡି କରିବେ ।

Leave A Reply

Your email address will not be published.