ସ୍ତ୍ରୀକୁ ଟାଙ୍ଗିଆରେ ହାଣିଦେଲା ସ୍ୱାମୀ, ହତ୍ୟା ପରେ ଥାନାରେ ଆତ୍ମସମର୍ପଣ

ଅନୁଗୁଳ ୩୧।୦୫: ସ୍ବାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ଅନୁଗୁଳ ବନ୍ତଳା ଥାନା ଅନ୍ତର୍ଗତ ବଡ଼କେରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।  ବନ୍ତଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ସ୍ବାମୀ ବସନ୍ତ ବେହେରା ଓ ସ୍ତ୍ରୀ ଲିପି ବେହେରାଙ୍କ ମଧ୍ୟରେ କୌଣସି କାରଣରୁ ରାତିରେ ବଚସା ହୋଇଥିଲା। ବଚସା ଉଗ୍ରରୂପ ହେବାରୁ ବସନ୍ତ ଲିପିର ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରିଥିଲା। ଯାହାଫଳରେ ଘଟଣାସ୍ଥଳରେ ଲିପିଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ସମୟରେ ଘରେ କେହିନଥିଲେ। ହତ୍ୟାକାଣ୍ଡର କିଛି ସମୟ ପରେ ବସନ୍ତ ବନ୍ତଳା ଥାନାରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଆଗରେ ନିଜର ସମସ୍ତ ଦୋଷ ସ୍ୱୀକାର କରିଥିଲେ ଏବଂ ଘଟଣାସଂପର୍କରେ ସବୁ କଥା କହିଥିଲେ । ଏହାପରେ ବନ୍ତଳା ପୋଲିସ ଘଟଣାସ୍ଥଳରେ ପହଁଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.