‘ଦରକାର ବେଳେ ଆଉଟ ହୋଇଯାଆନ୍ତି’ : ବିରାଟ-ରୋହିତ-ରାହୁଲଙ୍କ ଉପରେ ବର୍ଷିଲେ କପିଲ ଦେବ

ନୂଆଦିଲ୍ଲୀ ୦୬/୦୬:  ଲଗାତର ଫେଲ୍ ମାରୁଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଆଇପିଏଲରେ ବି ଉଭୟ ବ୍ୟାଟର୍ ସ୍କୋର କରିବାକୁ ସଙ୍ଘର୍ଷ କରୁଥିଲେ । ବିରାଟଙ୍କ ବ୍ୟାଟରକୁ ଗତ ୨ ବର୍ଷ ହେଲା ଗୋଟିଏ ହେଲେ ଶତକ ବାହାରି ନାହିଁ । ରୋହିତ ବି ଆଖିଦୃଶିଆ ପାଳି ଖେଳିପାରୁ ନାହାଁନ୍ତି । ଯାହାକୁ ନେଇ ଖପ୍ପା ହୋଇଛନ୍ତି ପୂର୍ବତନ କ୍ରିକେଟର କପିଲ ଦେବ । ଏହାସହ ସେ ଉଭୟଙ୍କ ଫର୍ମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କପିଲ ଦେବ କହିଛନ୍ତି ଯେ, ରୋହିତ, ବିରାଟ ଓ କେଏଲ ରାହୁଲଙ୍କ ଉଭରେ ଓପନିଂ ଭାର ନିର୍ଭର କରେ । ତିନି ଜଣ ଚାପରେ ଅଛନ୍ତି । ତେବେ ଏହା ଚିନ୍ତାର ବିଷୟ ହେବା ଉଚିତ ନୁହେଁ । ସମସ୍ତେ ବିନା ଡରରେ ଖେଳିବା ଦରକାର । ଏହି ୩ ପ୍ଲେୟାର ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟରେ ରନ୍ କରିପାରିବେ । କପିଲ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ରନ୍ କରିବାର ଆବଶ୍ୟକତା ଅଛି ବିରାଟ ଓ ରୋହିତ ଆଉଟ୍ ହୋଇଯାଉଛନ୍ତି । ପାଳିରେ ରନରେଟ୍ ବଢାଇବା ସମୟରେ ସେମାନେ ପ୍ୟାଭିଲିୟନ ଫେରୁଛନ୍ତି । ତେଣୁ ଦଳ ଉପରେ ଚାପ ବଢିଥାଏ । ଯଦି କେବଳ ଷ୍ଟ୍ରାଇକର ରୋଲ୍ ନିଭାଇବାକୁ ହୁଏ ତେବେ ଆଙ୍କର ରୋଲ୍ ହିଁ ଠିକ୍ । କେଏଲ ରାହୁଲଙ୍କୁ ନେଇ ମଧ୍ୟ କପିଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ତାଙ୍କ କାମକୁ ନେଇ ସ୍ପଷ୍ଟତା ଜରୁରୀ । ଯଦି ଦଳ ତାଙ୍କୁ ୨୦ ଓଭର ଖେଳିବାକୁ କୁଏ ଓ ସେ ୬୦ ରନରେ ପ୍ୟାଭିଲିୟନ ଫେରନ୍ତି ତେବେ ଏହା ଠିକ୍ ନୁହେଁ । ନିଜର ଆଭିମୁଖ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଏପରି ନହେଲେ ଖେଳାଳି ବଦଳାଇବାକୁ ହୁଏ ।

Leave A Reply

Your email address will not be published.