ବିବାହ ଭୋଜିକୁ ଯାଉଥିଲେ, ଧକ୍କା ଦେଲା ଟ୍ରକ୍ : ପରିବାରର ୮ ମୃତ

ନୂଆଦିଲ୍ଲୀ, ୦୭/୦୬:  ବିବାହ କାର୍ଯ୍ୟକ୍ରମକୁ ଯାଉଥିଲା ପୁରା ପରିବାର । ହେଲେ ବାଟରେ ଛକିଥିଲା ମୃତ୍ୟୁ । ଦୁର୍ଘଟଣାରେ ଚାଲିଗଲା ୮ ସଦସ୍ୟଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନ ବାଡମେର ଜିଲ୍ଲାରେ । ଏକ ଏସୟୁଭି ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଅଘଟଣ ଘଟିଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣ ପ୍ରାଣ ହରାଇଥିଲେ ।ଏହାସହ ଆଉ ୨ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ସୂଚନାନୁସାରେ, ସୋମବାର ରାତିରେ ଏକ ଏସୟୁଭି ବାଡମେରର ରାମଜୀ କା ଗୋଲ ଦେଇ ଯାଇଥିବା ଜାତୀୟ ରାଜପଥରେ ଯାଉଥିଲା । ଏସଯୁଭିରେ ଗୋଟିଏ ପରିବାରର ୧୦ ଜଣ ଥିଲେ । ସମସ୍ତେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଜାଲୋରରୁ ଆଡମେର ଯାଉଥିଲେ ।ଏହି ସମୟରେ ଏକ ଟ୍ରକ ଏସୟୁଭିକୁ ଧକ୍କା ଦେଇଥିଲା । ଫଳରେ ୮ ଜଣ ପ୍ରାଣ ହରାଇବା ସହ ୨ ଜଣ ଗୁରୁତର ହୋଇଥିଲେ । ଖବର ପାଇ ବାଡମେର ପୋଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାରକାର୍ଯ୍ୟ କରିଥିଲା । ମୃତଦାହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.