କୁପଓ୍ୱାଡାରେ ଏନକାଉଣ୍ଟର, ଟଳିଲେ ୨ ଲଶ୍କର-ଏ-ତୋଏବା ଆତଙ୍କବାଦୀ

ନୂଆଦିଲ୍ଲୀ, ୦୭/୦୬:   ଜମ୍ମୁ-କାଶ୍ମୀରରେ ଏନକାଉଣ୍ଟର । ଟଳିଲେ ୨ ଆତଙ୍କବାଦୀ । କୁପଓ୍ୱାଡାର ଚକ୍ତରାସ ଅଞ୍ଚଳରେ ଏନକାଉଣ୍ଟର ଘଟି ଲଶ୍କର ଏ ତୋଏବାର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ, ସୋମବାର ସୁରକ୍ଷା ବାହିନୀକୁ ଚକ୍ତରାସ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ସୂଚନା ମିଳିଥିଲା । ଏହାପରେ ସେନା ଓ ସ୍ଥାନୀୟ ପୋଲିସ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କୁ ଦେଖି ଗୁଳି ଚାଳନା କରିଥିଲେ । ଏହାପରେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ଯବାନଙ୍କୁ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀ ଲଶ୍କର ଏ ତୋଏବାର ବୋଲି ଜଣାପଡିଛି । ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏନେଇ ଆଇଜିପି ବିଜୟ କୁମାର କହିଛନ୍ତି ଯେ, ଏନକାଉଣ୍ରେ ଦୁଇ ଆତଙ୍କବାଦୀ ଟଳିଛନ୍ତି । ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ଏହାସହ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.