ମେମୁ ଟ୍ରେନ୍ ସମ୍ପ୍ରସାରଣକୁ ବିରୋଧ କରି ଭଦ୍ରକରେ ରେଳରୋକ, DMU ଅଟକାଇ ପ୍ରତିବାଦ

ଭଦ୍ରକ ୦୭।୦୬: ମେମୁ ଟ୍ରେନ୍ ସମ୍ପ୍ରସାରଣକୁ ବିରୋଧ । ମେମୁ ଟ୍ରେନ୍ ଅଟକାଇ ପ୍ରତିବାଦ କଲେ ଯାତ୍ରୀ ଓ ଜିଲ୍ଲାବାସୀ। ଭଦ୍ରକ ଜିଲ୍ଲା ଚରମ୍ପା ରେଳ ଷ୍ଟେସନରେ ଡିଏମୟୁ ବା ମେମୁ ଟ୍ରେନ୍ ୧୯୯୭ ମସିହାରୁ ଚଳାଚଳ ଆରମ୍ଭ କରିଥିଲା । କିନ୍ତୁ ଗତ ଜାନୁୟାରୀ ମାସ ୬ ତାରିଖରୁ ଏହି ଟ୍ରେନକୁ ବାଲେଶ୍ୱରକୁ ସମ୍ପ୍ରସାରିତ କରାଯାଇଛି । ତେବେ ଟ୍ରେନର ଗତିପଥ ସମ୍ପ୍ରସାରଣ ଯୋଗୁଁ ଅନ୍ୟ ଜିଲ୍ଲାକୁ କାମ ପାଇଁ ଯାଉଥିବା ଶ୍ରମିକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ଟ୍ରେନର ସମ୍ପ୍ରସାରଣକୁ ବିରୋଧ କରି ଆଜି ରେଳରୋକ କରାଯାଇଛି। ଏହି ଆନ୍ଦୋଳନରେ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ସହ ବହୁ ବୁଦ୍ଧିଜୀବୀ ଓ ଜିଲ୍ଲାବାସୀ ସାମିଲ ହୋଇଛନ୍ତି । ମେମୁ ଟ୍ରେନ ସମ୍ପ୍ରସାରଣ ଯୋଗୁଁ ଭଦ୍ରକ ବାସୀ ହନ୍ତସନ୍ତ ହେଉଥିବା ଆନ୍ଦୋଳନକାରୀ କହିଛନ୍ତି।

Leave A Reply

Your email address will not be published.