ଟାଟୋକୁ ଡରୁଛି ଡ୍ରାଗନ୍‌; ନାବାଳିକାଙ୍କ ଟାଟୋ କରିବା ଉପରେ କଟକଣା ଲଗାଇଲା ଚୀନ୍‌

ବେଜିଙ୍ଗ ୦୬/୦୬ : ଚୀନ ସୋମବାର ନାବାଳିକା ମାନଙ୍କର ଟାଟୋ କରିବା ଉପରେ କଟକଣା ଲଗାଇଛି। ଚୀନ କହିଛିଯେ ୧୮ ବର୍ଷରୁ କମ୍‌ ବୟସର ନାବାଳିକାଙ୍କର ଶରୀରରେ ଟାଟୋ କରିବା ସମାଜବାଦୀ ମୂଳ ମୂଲ୍ୟର ବିରୋଧ ଅଟେ। ଚୀନ ପରିବାର ଓ ବିଦ୍ୟାଳୟଗୁଡ଼ିକରେ ଏହି ପ୍ରଥାକୁ ନିରୁତ୍ସାହିତ କରିବା ପାଇଁ ଅନୁରୋଧ କରିଛି। ଚୀନର ସରକାରୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଚୀନର ବେସାମରକିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୋମବାର ଏକ ବୟାନ୍‌ରେ କହିଛିଯେ ଯଦି କୌଣସି ଟାଟୋ ଆର୍ଟିଷ୍ଟ କିମ୍ୱା ଦୋକାନ ନାବାଳିମାନଙ୍କର ଟୋଟୋ କରିବା ସମୟରେ ଧରା ପଡ଼ନ୍ତି ତାହେଲେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୟାନ୍‌ରେ ଆହୁରି କୁହାଯାଇଛିଯେ ଯେଉଁମାନଙ୍କର ଶରୀରରେ ପୂର୍ବରୁ ଟାଟୋ ରହିଛି ସେମାନେ ଯଦି ତାକୁ ହଟାଇହା ପାଇଁ ଚାହୁଁଛନ୍ତି ତାହେଲେ ତାଙ୍କୁ ଚିକିତ୍ସା ପରାମର୍ଶ ଦିଆଯିବ। ଟାଟୋରେ ପ୍ରତିବନ୍ଧକ ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ୟୋଥ ଲିଗ୍‌ ଓ ରାଜ୍ୟ ପ୍ରଶାସନ ସହିତ ଅନେକ ସରକାରୀ ବିଭାଗ ସହିତ ଆଲୋଚନା କରିବା ପରେ ରାଜ୍ୟ ପରିଷଦର ଚୀନ୍‌ର କ୍ୟାବିନେଟ୍‌ ଦ୍ୱାରା  ‘’ନାବାଳିକା ବ୍ୟକ୍ତିଗତ ସୁରକ୍ଷା ଉପାୟ’’ କରାଯାଇଛି। ଏହାକୁନେଇ ମନ୍ତ୍ରଣାଳୟ ସିପିସିର ପ୍ରଚାର ବିଭାଗ, ସୁପ୍ରିମ୍‌ ପିପୁଲ୍ସ କୋର୍ଟ, ସାର୍ବଜନୀନ ସୁରକ୍ଷା ମନ୍ତ୍ରଣାଳୟ ସହିତ ଅନେକ ମନ୍ତ୍ରଣାଳୟ ଓ ବିଭାଗ ସହିତ ଆଲୋଚନା କରାଯାଇଥିଲା ଯାହାକି ଆନ୍ତରିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଦେଖିଥାଏ। ନାବାଳିକାମାନଙ୍କ ପାଇଁ ଜାରି କରାଯାଇଥିବା ଉପାୟ ଅନୁସାରେ ରାଜ୍ୟ ସମାଜ ସ୍କୁଲ ଓ ପରିବାର ନାବାଳିକାମାନଙ୍କୁ ଶିକ୍ଷିତ କରିବା ଆବଶ୍ୟକ ଓ ସମାଜବାଦୀ ମୂଲ୍ୟର ସ୍ଥାପନ କରିବା ଏବଂ ସେମାନଙ୍କ ଅଭ୍ୟାସ କରିବାରେ ସାହାଜ୍ୟ କରିବା ଆବଶ୍ୟକ। ଟାଟୋରୁ ହେଉଥିବା କ୍ଷତି ବିଷୟରେ ସେମାନଙ୍କୁ ବୁଝାଇବା ଆବଶ୍ୟକ। ନାବାଳିକାମାନଙ୍କର ସଚେତନତା ଓ ଆତ୍ମରକ୍ଷା କ୍ଷମତା ବଢ଼ାଇବା ଆବଶ୍ୟକ ଏବଂ ଟାଟୋକୁ ତର୍କ ସଙ୍ଗତ ଉପାୟରେ ମନାକରିବା ଆବଶ୍ୟକ

Leave A Reply

Your email address will not be published.