ହିଟ୍ ଓ୍ବେଭ୍ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର ୯।୬: ରାଜ୍ୟର ୮ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୮ ଜିଲ୍ଲା ଗୁଡିକ ହେଲା ସମ୍ବଲପୁର, ସୋନପୁର, ବରଗଡ, ବଲାଙ୍ଗିର, ନୂଆପଡା, ବୌଦ୍ଧ, ଝାରସୁଗୁଡା ଏବଂ କଳାହାଣ୍ଡି । ଏହି ଜିଲ୍ଲାଗୁଡିକରେ ଦିନ ୧୧ଟାରୁ ଦିନ ୩ ଟା ମଧ୍ୟରେ ଯଥାସମ୍ଭବ ଯାତାୟାତରୁ ନିବୃତ ରହିବା ପାଇଁ ପରାମର୍ଶ ଜାରି କରାଯାଇଛି । ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ ରହୁଥିବା ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡିଶାର ୭ଟି ସହରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି । ଏହି ଉତ୍ତପ୍ତ ବାୟୁର ପ୍ରଭାବ ପଶ୍ଚିମ ଓଡ଼ିଶାରେ ଆଗାମୀ ୨-୩ ଦିନ ରହିବ । ସେପଟେ ଉପକୂଳ ଓଡ଼ିଶାରେ ଦିନ ତମାମ ୬୦% ରୁ ଅଧିକ ଆଦ୍ରତା ତଥା ବାୟୁମଣ୍ଡଳର ୨ କି.ମି. ଉପରେ ଉତ୍ତର-ପଶ୍ଚିମ ଦିଗରୁ ରହୁଥିବା ଶୁଷ୍କ ବାୟୁର ପ୍ରାଧାନ୍ୟ ଯୋଗୁଁ ଉଚ୍ଚ ଆଦ୍ରତା ସତ୍ତ୍ବେ ଗତ ୭-୮ ଦିନ ଧରି ବାୟୁମଣ୍ଡଳର ସ୍ଥିରତା ବୃଦ୍ଧି ଯୋଗୁଁ କାଳବୈଶାଖୀ ବର୍ଷାର ପରିମାଣ କମିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି ।

Leave A Reply

Your email address will not be published.