ରାଜଧାନୀରେ ଡେଙ୍ଗୁ ଆତଙ୍କ: ସ୍ଥିତି ପରଖିଲେ ମେୟର, ପ୍ରଭାବିତ ଅଞ୍ଚଳ ବୁଲିଲେ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍

ଭୁବନେଶ୍ୱର ୦୯/୦୬: ରାଜଧାନୀରେ ଡେଙ୍ଗୁ ଆତଙ୍କ। ଶୈଳେଶ୍ରୀ ବିହାର, ନିଳାଦ୍ରିବିହାର, ଡମଣା ଅଞ୍ଚଳରେ ଏକାଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଭଳି ଅଭିଯୋଗ ଆସିବା ପରେ ସମ୍ପୃକ୍ତ ଅଞ୍ଚଳକୁ ଯାଇ ସ୍ଥିତି ପରଖିଛନ୍ତି ମେୟର ସୁଲୋଚନା । ବିଏମ୍ସି ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ୍ ମଧ୍ୟ ପ୍ରଭାବିତ ଅଞ୍ଚଳରେ ଅନୁଧ୍ୟାନ କରିଛନ୍ତି । ତେବେ ସରକାରୀ ଭାବେ ସୂଚନା ନଥିଲେ ବି ବର୍ତ୍ତମାନ ସୁଦ୍ଧା ଡେଙ୍ଗୁରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ପୂର୍ବତନ ପୋଲିସ ଅଧିକାରୀଙ୍କ ଡେଙ୍ଗୁରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ଆଗକୁ ବର୍ଷା ଦିନ ଥିବାରୁ ଡେଙ୍ଗୁ ରୋକିବାକୁ ବିଏମ୍ସି ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ବୁଦା ଗଛ ସବୁ କାଟିବା ସହ, ମଶା ଧୂଆଁ ଛାଡିବା, ସଫେଇ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବକାବୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.