ସିଦ୍ଧୁ ମୁସେୱାଲଙ୍କ ହତ୍ୟା ମାମଲା : କୁଖ୍ୟାତ ଅପରାଧିକୁ ଗିରଫ କଲା ପୁଣେ ପୋଲିସ

ନୂଆଦିଲ୍ଳୀ ୦୯।୦୬ : ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ହାଇ ଲେବଲ ଅନୁସନ୍ଧାନକାରୀ ଦଳ ସମେତ ଅନେକ ରାଜ୍ୟର ପୋଲିସ ତଦନ୍ତରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଜଣେ କୁଖ୍ୟାତ ଅପରାଧି ସିଦ୍ଧେଶ କାମ୍ବଲେଙ୍କୁ ପୁଣେ ପୋଲିସ ଗିରଫ କରିଛି। ସିଦ୍ଧେଶଙ୍କୁ ମହାକାଲ ମଧ୍ୟ କୁହାଯାଏ । କୁହାଯାଉଛି କି ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ସହ ଜଡିତ ଥିବା ସନ୍ଦେହ କରାଯାଉଛି। ତେଣୁ ସିଦ୍ଧୁଙ୍କ ହତ୍ୟା ମାମଲାରେ ଅନୁସନ୍ଧାନକାରୀ ଦଳ ପୁଣେକୁ ଯାଇ ସିଦ୍ଧେଶଙ୍କୁ ମଧ୍ୟ ପଚରାଉଚରା କରିବେ। ANI ରିପୋର୍ଟ ଅନୁଯାୟୀ ପୁନେ ଏସପି କହିଛନ୍ତି, “ଆମେ ଅଭିଯୁକ୍ତ ସିଦ୍ଧେଶ କାମ୍ବଲେ ଛଦ୍ମନାମ ମହାକଲଙ୍କୁ ଗିରଫ କରିଛୁ। ପୁଣେ ଜିଲ୍ଲାର ମଞ୍ଚର ପୋଲିସ ଷ୍ଟେସନରେ MCOCA ଅଧୀନରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ ଜୁନ୍ ୨୦ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖିବାକୁ ଏକ ସ୍ୱତନ୍ତ୍ର କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାକୁ ନେଇ ସେ କହିଛନ୍ତି ଯେ ଦିଲ୍ଲୀ ପୋଲିସର ସହିତ ମିଳିତ ତଦନ୍ତ ମଧ୍ୟ ହେବ। ଏ ବିଷୟରେ ଅଧିକ କଥାବାର୍ତ୍ତା କରିପାରିବେ ନାହିଁ କାରଣ କାମ୍ବଲେ ଜଡିତ ଅଛନ୍ତି କି ନାହିଁ ପଚରାଉଚୁରା ପରେ ଜଣାପଡିବ। କହିବାକୁ ଗଲେ ଦିଲ୍ଲୀ ପୋଲିସ ଏକ ଦିନ ପୂର୍ବରୁ ପ୍ରକାଶ କରିଛି ଯେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାରେ ଲରେନ୍ସ ବିଷ୍ଣୁ ଗ୍ୟାଙ୍ଗ ସମ୍ପୃକ୍ତ ଥିଲା। ସିଦ୍ଧୁଙ୍କୁ ହତ୍ୟା କରିବା ପାଇଁ ଲରେନ୍ସ ଷଡଯନ୍ତ୍ର କରିଥିଲେ। ସ୍ପେଶାଲ୍ କମିଶନର କହିଛନ୍ତି କି ସିଦ୍ଧୁ ମୁସୱାଲାଙ୍କ ହତ୍ୟାରେ ସଚିନ ବିଷ୍ଣୁଙ୍କ ଭୂମିକା ମଧ୍ୟ ସାମ୍ନାକୁ ଆସିଛି।

Leave A Reply

Your email address will not be published.