ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା, ସାତକୋଶିଆ ଏବଂ ନନ୍ଦନକାନନରୁ ଆସିଛନ୍ତି ବିଶେଷଜ୍ଞ ଟିମ୍‌

ଆଠଗଡ଼ ୦୯।୦୬ : ଜଙ୍ଗଲ ଭିତରେ ଚାଲିଛି ଗୁଳିବିଦ୍ଧ ହାତୀର ଚିକିତ୍ସା । କଟକ ଜିଲ୍ଲା ନରସିଂହପୁର ଜଙ୍ଗଲରେ ଶିକାରୀ ଗୁଳିରେ ଗୁରୁତର ଦନ୍ତା ହାତୀର ଚିକିତ୍ସାରେ ଲାଗିଛନ୍ତି ପ୍ରାଣୀ ଚିକିତ୍ସକ । ଗୁରୁବାର ଦ୍ବିତୀୟ ଦିନରେ ଗୁଳିବିଦ୍ଧ ଦନ୍ତାହାତୀର ସାତକୋଶିଆ ଏବଂ ନନ୍ଦନକାନନରୁ ଆସିଥିବା ବିଶେଷଜ୍ଞ ଡ଼ାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ତେବେ ହାତୀକୁ ଦେଶୀ ବନ୍ଧୁକରୁ ଗୁଳି କରାଯାଇଥିବା ବେଳେ , ତା’ ଶରୀରର ବିଭିନ୍ନ ସ୍ଥାନରେ ୫ରୁ ୬ ଟି ଛର୍ରା ବାଜିଛି । ହାତୀର ଶୁଣ୍ଢ, ଆଗ ଗୋଡ଼, କାନ୍ଧ, କାନ ଓ ପେଟରେ ବାଜିଛି ୬ଟି ଛର୍ରା । ହାତୀଟିର ବୟସ ଖୁବ୍ କମ୍ ବୟସ ୮ ରୁ ୧୦ ବର୍ଷ ହେବ ଏବଂ ଆହତ ହାତୀକୁ ଉନ୍ନତ ମାନର ସ୍ଵତନ୍ତ୍ର ଚିକିତ୍ସା ଚିଲିଥିବା ବିଶେଷଜ୍ଞ ଡ଼ାକ୍ତରୀ ଟିମ୍ କହିଛନ୍ତି । ଗୁଳିବିଦ୍ଧ ହାତୀଟି ଜଙ୍ଗଲରେ ୧୫ଦିନ ଧରି ଏଣେତେଣେ ବୁଲୁଥିଲା ହେଲେ ବନ ବିଭାଗ ପାଖରେ ଖବର ନଥିଲା । ସୋସିଆଲ ମିଡିଆରୁ ସୂଚନା ପାଇଁ ହାତୀକୁ ଉଦ୍ଧାର ପାଇଁ ପ୍ରଥମ ପିସିସିଏଫ୍ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ଟ୍ବିଟ୍ କରିଥିଲେ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର । ତା’ ପରେ ଗଣମାଧ୍ୟମରେ ତନାଘନା ପରେ ଆଜି ହାତୀ ପାଖରେ ପହଞ୍ଚିଥିଲେ ପିସିସିଏଫ୍ ଓ ସ୍ବତନ୍ତ୍ର ଡାକ୍ତରୀ ଦଳ । ତେବେ ଖୁବ୍ ଶିଘ୍ର ହାତୀଟି ସୁସ୍ଥ ହୋଇଯିବାର ସମ୍ଭାବନା ଅଛି ବୋଲି କହିଛନ୍ତି ପିସିସିଏଫ୍ । ଏହା ସହିତ ଘଟଣାର ତଦନ୍ତ କରି ଯେଉଁ ମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପି ସି ସି ଏଫ୍ ଶଶୀ ପଲ୍ କହିଛନ୍ତି ।

Leave A Reply

Your email address will not be published.