ପୋଲ ତଳୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଥିଲା ବାଇକ୍

ବାରିପଦା ୯।୬: ପୋଲ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପାଖରେ ବାଇକ୍ ପଡିଥିବାର ଦେଖିବାକୁ ମିଳିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅନ୍ତର୍ଗତ ଗୁହାଳଡିହା ଚିଆଁପଦା ଗ୍ରାମ ନିକଟରେ । ସୂଚନାଯୋଗ୍ୟ ଯେ, ବାରିପଦା ବାଘଡା ମୁଖ୍ୟ ରାସ୍ତାରେ ଏକ ଛୋଟ ପୋଲ ତଳୁ ଶୁକ୍ରବାର ସକାଳୁ ବାଇକ୍ ସହ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା । ମୃତଦେହ ଦେଖି କିଛି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଶୁଳିଆପଦା ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡିକାଲ କଲେଜକୁ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପରିଚୟ ମିଳିପାରି ନଥିବାରୁ ପୋଲିସ ଅଧିକ ତଦନ୍ତ ଜାରି ରହିଛି ।

Leave A Reply

Your email address will not be published.