ଶୁକ୍ରବାର ଭୁବନେଶ୍ୱରରେ ପହଁଚିବେ ଭାରତ-ଦକ୍ଷିଣ ଆଫ୍ରିକା ଖେଳାଳି : ଶନିବାର ବାରବାଟୀରେ କରିବେ ପ୍ରାକ୍ଟିସ୍

କଟକ ୧୦/୦୬:  ରବିବାର ବାରବାଟୀରେ ହାଇଭୋଲଟେଜ୍ ମ୍ୟାଚ୍। ଶୁକ୍ରବାର ଭାରତ-ଦକ୍ଷିଣ ଆଫ୍ରିକାର ପ୍ଲେୟାର ଭୁବନେଶ୍ବରରେ ପହଞ୍ଚିବେ। ଖେଳାଳିଙ୍କ ସୁରକ୍ଷା ଏବଂ ସ୍ବାଗତ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ରହଣି ପାଇଁ ମେ ଫେୟାର ପ୍ରସ୍ତୁତ। ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ରହିବେ ୨୧ ପ୍ଲାଟୁନ୍ ପୋଲିସ ଫୋର୍ସ। ପ୍ଲେୟାର ପହଞ୍ଚିବା ପୂର୍ବରୁ କାରକେଡ୍ ଅଭ୍ୟାସ କରିଛି କମିଶନରେଟ ପୋଲିସ। ଭୁବନେଶ୍ୱର ବିମାନବନ୍ଦରରୁ ହୋଟେଲ ମେ ଫେୟାର ଯାଏ କାରକେଡ଼ ଅଭ୍ୟାସ କରାଯାଇଛି। ବସ ବିମାନବନ୍ଦରରୁ ବାହାରି ଏୟାରପୋର୍ଟ ଛକରୁ ଜୟଦେବ ବିହାର ଛକ ଦେଇ ମେଫେୟାର ହୋଟେଲରେ ପହଂଚିବ। ରବିବାର ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ୍ । ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିବେ ଦୁଇ ଦେଶର ଖେଳାଳି । ଖେଳାଳି ଆସିବା ପୂର୍ବରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରିଛି କମିଶନରେଟ ପୋଲିସ । ଭୁବନେଶ୍ୱର ଡିସିପି ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି । କିଭଳି ଖେଳାଳିଙ୍କୁ କର୍ଡନ କରି ହୋଟେଲ ପର୍ଯ୍ୟନ୍ତ ନିଆଯିବ ସେ ନେଇ ରୁଟ୍ ମ୍ୟାପ ପ୍ରସ୍ତୁତ କରିଛନ୍ତି । ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ମୁତୟନ ହେବେ ପୋଲିସ । ଏୟାରପୋର୍ଟ ଅଥରିଟିଙ୍କ ସହ ଆଲୋଚନା କରିଛନ୍ତି ନିଜେ ଡିସିପି ।ପ୍ରଥମ ଥର ପାଇଁ ଭିଭିଆଇପି ଗେଟରେ ବାହାରିବେ ଉଭୟ ଦେଶର ଖେଳାଳି । ପୂର୍ବରୁ କାର୍ଗୋ ଗେଟ ଦେଇ ବାହରୁଥିଲେ । ଖେଳାଳିଙ୍କ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗହଳିକୁ ଆଖି ଆଗରେ ରଖି ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ କରାଯିବ। ଖେଳାଳିଙ୍କ ସୁରକ୍ଷା ଦାୟିତ୍ବରେ ରହିବେ ମୋଟ ୨୧ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଖେଳାଳିଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଟେଲ ମେ ଫେୟାର । ପାରମ୍ପରିକ ଘୋଡା ନାଚ, ଯୋଡି ଶଙ୍ଖ ସାଙ୍ଗକୁ ଫୁଲ ଚନ୍ଦନ ଦେଇ ଖେଳାଳିଙ୍କୁ ସ୍ବାଗତ କରାଯିବ । ୱେଲକମ୍ ଡ୍ରିଙ୍କରେ ସର୍ଭ କରାଯିବ ପଇଡ ପାଣି । ୨୨ଥର ବିଦେଶୀ ଖେଳାଳିଙ୍କ ସହ ଭାରତୀୟ ଖେଳାଳି ମେ ଫେୟାରରେ ରହିସାରିଲେଣି । ତେଣୁ ପୂର୍ବରୁ ଖେଳାଳିଙ୍କ ସହ ରହିଥିବା କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି । ରେଷ୍ଟୁରାଣ୍ଟ ଟି ପଟ୍ ସହ ବାର୍ ପର୍ଯ୍ୟନ୍ତ ସ୍ନାକ୍ସ ବ୍ୟବସ୍ଥା କରାଯାଇଛି । ଭାରତୀୟ ପ୍ଲେୟାରଙ୍କୁ ଅଏଲ ଫ୍ରି ଏବଂ ଫ୍ୟାଟ୍ ଫ୍ରି ଖାଦ୍ୟ ପରସିବା ପାଇଁ ବିସିସିଆଇରୁ ଅର୍ଡର ଆସିଛି । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କ ପାଇଁ କଣ୍ଟିନେଣ୍ଟାଲ ଖାଦ୍ୟର ବ୍ୟବସ୍ଥା କରାଯାଇଛି । ଦୁଇ ଦେଶର ପ୍ଲେୟାର ୧୦ ତାରିଖରେ ଭୁବନେଶ୍ବରରେ ପହଞ୍ଚି ରେଷ୍ଟ ନେବେ । ୧୧ ତାରିଖରେ ବାରବାଟୀରେ ପ୍ରାକ୍ଟିସ କରିବେ । ୧୨ରେ ମ୍ୟାଚ୍ ଏବଂ ୧୩ ତାରିଖ ୧୧ଟା ସୁଦ୍ଧା ଖେଳାଳିମାନେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.