ପାକିସ୍ତାନୀ ସାଂସଦ ଆମିର ଲିୟାକତଙ୍କ ଦେହାନ୍ତ, ଡ୍ରଗ୍ସ ନେଉଥିବାର ହୋଇଥିଲା ଅଭିଯୋଗ

ନୂଆଦିଲ୍ଳୀ ୧୦।୦୬ : ପାକିସ୍ତାନୀ ସାଂସଦ ତଥା ଟିଭି ହୋଷ୍ଟ ଆମିର ଲିୟାକତ୍‌ ହୁସେନ୍‌ଙ୍କ ଦେହାନ୍ତ ହୋଇଛି। ଆମିର ଲିଆକୁତଙ୍କ ମୃତ୍ୟୁ ବେଳେ ତାଙ୍କୁ ୪୯ ବର୍ଷ ହୋଇଥିଲା । ତାଙ୍କ ଘରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳିଥିଲା ​​ଯାହା ପରେ ତାଙ୍କୁ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଖବର ଅନୁଯାୟୀ ବୁଧବାର ରାତିରେ ଆମିରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଯାଇଥିଲା। କିନ୍ତୁ ସେ ଡାକ୍ତରଖାନା ଯିବାକୁ ମନା କରିଦେଇଥିଲେ।  ଏନେଇ ତାଙ୍କ କର୍ମଚାରୀ ଜାଭେଦ୍ କହିଛନ୍ତି ଯେ ଗୁରୁବାର ସକାଳେ ଆମିରଙ୍କ ରୁମ୍‌ରୁ ଏକ ଚିତ୍କାର ଶୁଣାଗଲା। ଏହା ଶୁଣି ଆମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ରୁମ୍‌ର କବାଟ ଭାଙ୍ଗିଥିଲେ। ପରେ ତାଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲକୁ ପଠାଯାଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯିବ। ମିଡିଆ ରିପୋର୍ଟ ଅନୁଯାୟୀ ନ୍ୟାଶନାଲ ଆସେମ୍ବିଲ ସ୍ପିକର ପରଭେଜ ଆଶ୍ରାଫ ଏହି ରିପୋର୍ଟକୁ ନିଶ୍ଚିତ କରିଛନ୍ତି ଏବଂ ବିଧାୟକଙ୍କ ମୃତ୍ୟୁକୁ ନେଇ ଗୃହ ଅଧିବେଶନକୁ ସ୍ଥଗିତ ରଖିଛନ୍ତି। କହିବାକୁ ଗଲେ ଯେ PTI ରେ ଯୋଗଦେବା ପୂର୍ବରୁ ଆମିର MQM-P ର ସଦସ୍ୟ ଥିଲେ । ଜେନେରାଲ ପରଭେଜ ମୁଶରଫଙ୍କ ସମୟରେ ସେ ଜଣେ ମନ୍ତ୍ରୀ ଥିଲେ।

Leave A Reply

Your email address will not be published.