କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପାଇଁ ଚାଲିଲା ଗଛକଟା

ଭୁବନେଶ୍ୱର : ଭୁବନେଶ୍ୱରରେ ପୁଣି କଟା ହେଲା ଗଛ । କ୍ୟାପିଟାଲ ହସ୍ପିଟାଲର ପିଜି ଇନଷ୍ଟିଚ୍ୟୁଟ ପାଇଁ ଗଛ କଟା ଚାଲିଛି । ପିଜି ଇନଷ୍ଟିଚ୍ୟୁଟ୍ ପାଇଁ ବସ୍ତି ଉଚ୍ଛେଦ କରାଯାଉଛି । ଏହା ସହ ସେଠାରେ ଥିବା ବଡ଼ ବଡ଼ ଗଛକୁ ସବୁ କାଟି ଦିଆଯାଉଛି । ଓଡ଼ିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନ୍ ବା ଓଏଫଡିସିର ତତ୍ୱାବଧାନରେ ବେଧଡ଼କ ଭାବେ ଚାଲିଛି ଗଛକଟା । ଏହି ପରିସରରେ ୩୦୦ରୁ ଅଧିକ ବଡ଼ ବଡ଼ ଗଛ ଥିବା ବେଳେ ଅଧାରୁ ଅଧିକ ଗଛ କଟା ସରିଛି । କିଛି ଦିନ ତଳେ ବିଧାୟକଙ୍କ ସୌଧ ନିର୍ମାଣ କରିବା ପାଇଁ ବଡ଼ ବଡ଼ ଗଛ କଟାଯାଉଥିଲା । ପାଖାପାଖି ହଜାରେ ଗଛ ବଳି ପଡ଼ିଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ବିରୋଧ କରାଯାଇଥିଲା । ପରିବେଶ ନଷ୍ଟ ହେଉଥିବା ଅଭିଯୋଗ କରି ପରିବେଶବିତ୍ ଗଛ କଟାଯାଉଥିବା ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ । ବାରମ୍ବାର ବିରୋଧ ପରେ ଗଛ କଟା ବନ୍ଦ ରହିଛି । ଏବେ ପୁଣି ପିଜି ଇନଷ୍ଟିଚ୍ୟୁଟ୍ ପାଇଁ ଗଛ କଟା ଆରମ୍ଭ ହୋଇଛି ।

Leave A Reply

Your email address will not be published.