ରାଷ୍ଟ୍ରପତି ନିର୍ବାଚନ : ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା; ଏନଡିଏ ପ୍ରାର୍ଥୀଙ୍କୁ ଜିତାଇବାରେ ନେବ ଗୁରୁତ୍ୱପୂର୍ଣ୍ଣ ଭୂମିକା

କଟକ  : ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାରଣ ୨୦୧୨ରେ ପିଏ ସାଙ୍ଗମାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପ୍ରଥମେ ପ୍ରସ୍ତାବ ଦେଇଥିଲା ବିଜେଡି । ବିଜେପି ସେତେବେଳେ ସାଙ୍ଗମାଙ୍କୁ ସମର୍ଥନ କରିଥିଲା । କେନ୍ଦ୍ରରେ କ୍ଷମତାସୀନ କଂଗ୍ରେସର ପ୍ରାର୍ଥୀ ପ୍ରଣବ ମୁଖାର୍ଜୀ ଜିତିଥିଲେ ଓ ସାଙ୍ଗମା ହାରିଥିଲେ । ୨୦୧୭ରେ ନବୀନ କିନ୍ତୁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇନଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମର୍ଥନ କରିଥିଲେ । କେନ୍ଦ୍ରୀୟ ଅବହେଳାକୁ ପ୍ରସଙ୍ଗ କରି ଉଭୟ କଂଗ୍ରେସ ଓ ବିଜେପିଠାରୁ ସମ ଦୂରତା ରଖୁଥିବା ବିଜେଡିର କେନ୍ଦ୍ର ବିରୋଧୀ ରଣନୀତି ୨୦୧୭ଠାରୁ ପରିବର୍ତ୍ତନ ହୋଇଛି । ୨୦୧୯ ରାଜ୍ୟସଭା ନିର୍ବାଚନ ବେଳେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସର୍ଥନ କରିଥିଲା । ତେଣୁ ଏଥରକ ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ନିଷ୍ପତ୍ତି ଉପରେ ସାରାଦେଶର ନଜର ରହିଛି । ରାଷ୍ଟ୍ରପତି ନିର୍ବାଚନୀ ଗଣିତରେ ବିଜେଡିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

Leave A Reply

Your email address will not be published.