ସୋସିଆଲ ମିଡିଆରେ ବାରବାଟୀ ଟିକେଟ୍ କଳାବଜାରୀ : ପ୍ରକୃତ ମୂଲ୍ୟଠାରୁ ୪ଗୁଣା ଅଧିକ ଦରରେ ବିକ୍ରି

କଟକ : ଗୁରୁବାର ଦିନ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଶେଷ ହୋଇଛି । ୯ ଓ ୧୦ତାରିଖରେ ବିକ୍ରି ହେବାକୁ ଥିବା ସମସ୍ତ ୧୨ହଜାର ଟିକେଟ କେବଳ ୯ ତାରିଖରେ ବିକ୍ରି ହୋଇଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଏବେବି ଟିକେଟ ମିଳୁଛି ଆଉ କଳାବଜାର କରୁଥିବା ଲୋକେ ଏହି ଟିକେଟ ସବୁକୁ ଚଢାଦରରେ ବିକ୍ରି କରୁଛନ୍ତି । ଟିକେଟ ନପାଇ ନିରାଶ ହୋଇଥିବା କ୍ରିକେଟପ୍ରେମୀଙ୍କୁ ଅଧିକ ଟଙ୍କାରେ ଟିକେଟ ବିକ୍ରି କରିବାକୁ ଏବେ ସୋସିଆଲ ମିଡିଆରେ ଏହି ତରିକା ଆପଣାଯାଇଛି । କେଉଁ ଗ୍ୟାଲେରୀର ଟିକେଟ କେତେ ଟଙ୍କାରେ ବିକ୍ରି ହେବ ତାର ସବିଶେଷ ଦର ଲେଖି ଏହାକୁ ସୋସିଆଲ ମିଡିଆରେ ସେୟାର କରାଯାଉଛି । ଏପରିକି ଯୋଗାଯୋଗ କରିବାକୁ ନମ୍ବର ମଧ୍ୟ ଦିଆଯାଇଛି । ସବୁ ଟିକେଟ ଦର ୪ଗୁଣାରୁ ଅଧିକ ଦାମରେ ବିକ୍ରି ହେଉଛି । ଖୋଲାଖୋଲି ହ୍ୱାଟ୍ସଆପ୍ ଓ ଫେସବୁକରେ ଟିକେଟ ଫଟୋ ଛଡାଯାଇ କଳାବଜାରୀ କରାଯାଉଛି । ଏନେଇ ପୋଲିସ ପାଖରେ ସୂଚନା ମିଳିବା ପରେ ପୋଲିସ ଆସନ୍ତା ଦୁଇଦିନ ଧରି ସାଦା ପୋଷାକରେ ବୁଲି ଟିକେଟ କଳାବଜାର ରୋକିବାକୁ ଚେଷ୍ଟା କରିବ । ଯେଉଁମାନେ ଟିକେଟ କଳାବଜାର କରୁଥିବାର ଧରାପଡନ୍ତି ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ରହିଛି । ନଜର ପକାନ୍ତୁ କେମିତି ବାରବାଟୀ ଟିକେଟ ବ୍ଲାକରେ ବିକ୍ରି ହେଉଛି ।

Leave A Reply

Your email address will not be published.