ଆମେରିକାରେ ପୁଣି ଗୁଳିକାଣ୍ଡ 

ଆମେରିକା: ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନି । ଗୁରୁବାର ପୁଣିଥରେ ଗୁଳିକାଣ୍ଡ ଘଟି ୩ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ତେବେ ଏଯାଏଁ ଆକ୍ରମଣକାରୀର ପରିଚୟ ମିଳିପାରିନାହିଁ । ଗୁରୁବାର ଉତ୍ତର ମ୍ୟାରୀଲ୍ୟାଣ୍ଡ ସ୍ଥିତ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟରେ ଜଣେ ଆତତାୟୀ ପଶି ଆଖିବୁଜା ଗୁଳିମାଡ କରିଥିଲା । ଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହାସହ ଆତତାୟୀକୁ କାଉଣ୍ଟର ଆଟାକ୍ କରିବା ସମୟରେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଚିିକିତ୍ସାଧିନ ଅଛନ୍ତି । ୱାଶିଂଟନ କାଉଣ୍ଟ ଶେରିଫର ପ୍ରବକ୍ତାଙ୍କ କହବା ମୁତାବକ, ଏବେ ଯାଏଁ ଆକ୍ରମଣକାରୀର ପରିଚୟ ମିଳିପାରିନାହିଁ । ତେବେ ତଦନ୍ତରେ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟର ଅଧିକାରୀମାନେ ସହଯୋଗ କରୁଛନ୍ତି । ଟାର୍ଗେଟର କାରଣ ମଧ୍ୟ ଏଯାଏଁ ଜଣାପଡିନାହିଁ ।

Leave A Reply

Your email address will not be published.