ଆମେରିକା : ମଙ୍କିପସ୍କ ରୋଗକୁ ନେଇ ଏବେ ଭୟ ବଢୁଥିବା ବେଳେ ଭୟଭୀତ କରିଦେବା ଭଳି ଏକ ଖବର ଆସିଛି । ବାୟୁରେ ମଧ୍ୟ ବ୍ୟାପୁଛି ମଙ୍କିପକ୍ସ । ବେଳେବେଳେ ମଙ୍କିପକ୍ସ ରୋଗୀଙ୍କୁ ଠାରୁ କମ୍ ଦୂରତାରେ ଥିବା ଲୋକ ମଧ୍ୟ ମଙ୍କିପକ୍ସ ଆକ୍ରାନ୍ତ ହେଉଛନ୍ତି । କିନ୍ତୁ ଏହା କେତେମାତ୍ରାରେ ସଂକ୍ରମିତ କରୁଛି ଏବଂ ଏହାର ପ୍ରଭାବ କେତେ ରହୁଛି ତାହା ଉପରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେଣୁ ଏବେ ଲୋକମାନଙ୍କୁ ମଙ୍କିପକ୍ସ ଠାରୁ ବଞ୍ଚିବା ପାଇଁ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଉଛି । ଆମେରିକାରେ ମଙ୍କିପକ୍ସ ରୋଗୀ ଏବଂ ତାଙ୍କ ସହ ସମ୍ପର୍କରେ ଥିବା ଲୋକମାନଙ୍କୁ ମାସ୍କ ପିନ୍ଧିବାକୁ କୁହାଯାଇଛି । ଆମେରିକାରେ ମଙ୍କିପକ୍ସ ରୋଗୀ ଏବଂ ତାଙ୍କ ପରିବାର ଲୋକଙ୍କୁ ସର୍ଜିକାଲ ମାସ୍କ ପିନ୍ଧିବାକୁ କୁହାଯାଇଛି । ଆମେରିକାରେ ୨୪ ଘଂଟାରେ ନୁଆ ୩୫ ଜଣ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମଙ୍କିପକ୍ସ ମଣିଷଙ୍କ ସହ ପଶୁଙ୍କ ଠାରେ ଦେଖିବାକୁ ମିଳୁଥିବାରୁ ସଂକ୍ରମିତଙ୍କ ଦୁରେଇ ରହିବାକୁ କୁହାଯାଇଛି ।