କନ୍ଧମାଳ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଫୁଲବାଣୀ ପଞ୍ଚାୟତ ସମିତି ପ୍ରୟାସ ରେ ଶୁଭାରମ୍ଭ ହୋଇଛି ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ”

କନ୍ଧମାଳ : ତା ୦୯.୦୬.୨୦୨୨ ରିଖଦିନ କନ୍ଧମାଳ ଜିଲ୍ଲା ପ୍ରଶାସନର ନିଆରା କାର୍ଯ୍ୟକ୍ରମ “ପରିବର୍ତ୍ତନ” ର ଶୁଭାରମ୍ଭ ଫୁଲବାଣୀ ପଞ୍ଚାୟତ ସମିତି ପ୍ରଶାସନ ତରଫରୁ କେରେଡି ପଞ୍ଚାୟତ ପରିସରରେ ଅନୁଷ୍ଠିତ ହୋଇଯାଇଅଛି ଏହି ପରିବର୍ତ୍ତନ କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୃଷ୍ଟିକର ଖାଦ୍ୟ ସମ୍ପର୍କିତ ଏକ ସଚେତନତା ବୈଠକ ଅନୁଷ୍ଟିତ ହୋଇଯାଇଅଛି ,ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଫୁଲବାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷl ଶ୍ରୀମତୀ ସସ୍ମିତା କଂହର, ସମ୍ମାନୀତ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଶାନ୍ତନୁ କୁମାର ନାୟକ,କେରେଡି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବନିତା କଂହର,ସମିତି ସଭ୍ୟ ଶ୍ରୀଯୁକ୍ତ ଦେବନାରାୟଣ ପ୍ରଧାନ ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଶ୍ରୀମତୀ କଳ୍ପନା ଦଳାଇ,ଭାରପ୍ରାପ୍ତ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ କ୍ରିଷ୍ଣା କୁମାରୀ ବେହେରା,ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର, ସମ୍ପାଦିକା ମା ମଙ୍ଗଳା ପଞ୍ଚାୟତ ସ୍ତରୀୟ ସଂଘ କେରେଡି ସୁଷମା ସାହୁ ଉପସ୍ଥିତ ଥିଲେ। ଓଡ଼ିଶା ଜୀବିକା ମିଶନ ଗୋଷ୍ଠୀ ପ୍ରକଳ୍ପ ପରିଚାଳିକା ସୁଶ୍ରୀ ସବିତା ସୁବୁଦ୍ଧି କାର୍ଯକ୍ରମ ଟିକୁ ପରିଚାଳନା କରିଥିବା ବେଳେ , ବ୍ଲକ ବୈଷୟିକ ସଂଯୋଜକ ଜାଜୁଲ୍ୟମୟ ପାତ୍ର, ସମନ୍ୱିତ ଶିଶୁ ବିଭାଗ ପର୍ଯ୍ୟବେକ୍ଷକ ଶ୍ରୀମତୀ ଆନନ୍ଦିନୀ ମହାନ୍ତି, ସ୍ବାସ୍ଥ୍ୟ ବିଭାଗର କର୍ମୀ, ସମସ୍ତ ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ,କମ୍ୟୁନିଟି କ୍ୟାଡ଼ର ମାନେ ସହଯୋଗ କରି କାର୍ଯକ୍ରମ ଟିକୁ ଆଗେଇ ନେଇଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ନିଜ ନିଜ କାର୍ଯକ୍ରମ ବିଷୟରେ ସ୍ଵଂୟସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ସଚେତନ କରାଇଥିଲେ ଓ ଗୋଟିଏ ପାଦ ଆଗକୁ ଯାଇ ପଞ୍ଚାୟତ ରେ ଶିକ୍ଷା, ସ୍ବାସ୍ଥ୍ୟ ଓ ପୋଷଣ ଉପରେ କିପରି ପରିବର୍ତ୍ତନ ହେବ ବୁଝାଇଥିଲେ।ସର୍ବ ଶେଷରେ ସୁଶ୍ରୀ ସବିତା ସୁବୁଦ୍ଧି ଧନ୍ୟବାଦ୍ ଦେଇ କାର୍ଯ୍ୟକ୍ରମଟିକୁ ସମାପ୍ତ କରିଥିଲେ।

Leave A Reply

Your email address will not be published.