କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଥାନ୍ତେ ବାବର ଆଜମ ! କିନ୍ତୁ ୩ ରନ୍ ପୂର୍ବରୁ ଫେରିଲେ ପ୍ୟାଭିଲିୟନ

ନୂଆଦିଲ୍ଲୀ ୧୧/୦୬:   ପାକିସ୍ତାନ କ୍ରିକେଟ୍ ଟିମର ଅଧିନାୟକ ବାବର ଆଜମ ଲଗାତର ଭାବେ ରେକର୍ଡ ପରେ ରେକର୍ଡ ହାସଲ କରି ଚାଲିଛନ୍ତି । ସେ ଭାରତୀୟ ଦଳର ଷ୍ଟାର୍ ବ୍ୟାଟର ବିରାଟ କୋହଲିଙ୍କ ରେକର୍ଡକୁ ଟାର୍ଗେଟ୍ କରୁଛନ୍ତି । ବାବର ପୁଣି ସେମିତି କିଛି କରିବାକୁ ଯାଉଥିଲେ ବି ଅଳ୍ପକେ ଅଟକି ଯାଇଛନ୍ତି । କୋହଲିଙ୍କ ରେଡର୍କ ଛୁଇଁବା ପୂର୍ବରୁ ସେ ଆଉଟ୍ ହୋଇଯାଇଥିଲେ । ରିପୋର୍ଟ ଅନୁସାରେ, ବାବର ଦମଦାର ଫର୍ମରେ ଅଛନ୍ତି । ସେ ଗତ ୬ଟି ଦିନିକିଆରେ ୬୧୪ ରନ୍ କରିଛନ୍ତି । ଏପରି ଭାବେ ସେ ଲଗାତର ୬ଟି ପାଳିରେ ସର୍ବାଧିକ ରନ୍ କରିବା ଖେଳାଳି ତାଲିକାରେ ତୃତୀୟ ନମ୍ବରରେ ପହଁଚିଛନ୍ତି । ଦ୍ୱିତୀୟ ନମ୍ବରରେ କୋହଲି ଅଛନ୍ତି । କୋହଲିଙ୍କଠୁ ବାବର ମାତ୍ର ୩ ରନ୍ ପଛରେ ରହି ଯାଇଛନ୍ତି ।

Leave A Reply

Your email address will not be published.