ପ୍ରଥମ ଟି-୨୦ରେ ଷ୍ଟାଡିୟମରେ ଦର୍ଶକଙ୍କ ମଧ୍ୟରେ ମାରପିଟ୍ : ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ ୧୧/୦୬:  ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜର ପ୍ରଥମ ମୁକାବିଲାରେ ମାତ୍ ଖାଇଥିଲା ଭାରତ । ଜୁନ ୯ ତାରିଖରେ ଏହି ମୁକାବିଲା ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା । ମୁକାବିଲାରେ ଭାରତ ୨୧୧ ରନ୍ କରିଥିଲେ ବି ଭ୍ରମଣକାରୀ ଟିମଠୁ ୭ ଓ୍ୱିକେଟରେ ପରାସ୍ତ ହୋଇଥିଲା । ତେବେ ବାରବାଟୀ ଟି୨୦ରେ ଟିମ୍ ପନ୍ତ କମ୍ ବ୍ୟାକ୍ କରିବ ବୋଲି ଆଶା କରାଯାଉଛି । ତେବେ ପ୍ରଥମ ମୁକାବିଲାରେ ଷ୍ଟାଡିୟମରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । କାରଣ କିଛି ପ୍ରଶଂସକ ମଧ୍ୟ ପରସ୍ପରକୁ ମାରପିଟ୍ କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଷ୍ଟାଡିୟମରେ ଇଷ୍ଟ୍ ଷ୍ଟାଣ୍ଡରେ ମ୍ୟାଚ୍ ଦେଖିବାକୁ ଆସିଥିବା କିଛି ଫ୍ୟାନ୍ସ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏପରିକି ପରସ୍ପରକୁ ମୁଥ ଓ ଗୋଇଠା ମାରୁଛନ୍ତି । ପରେ ସୁରକ୍ଷାକର୍ମୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା ।  

Leave A Reply

Your email address will not be published.