ଭୂମିକମ୍ପରେ ଥରିଲା ମେଘାଳୟ

ନୂଆଦିଲ୍ଲୀ, ୧୩|୦୬:  ଭୂମିକମ୍ପରେ ଥରିଲା ମେଘାଳୟ । ସୋମବାର ସକାଳେ ମେଘାଳୟରେ ଭୂମିକମ୍ପର ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ବୋଲି ଜଣାପଡିଛି । ସୋମବାର ସକାଳେ ମେଘାଳୟବାସୀ ଭୁମିକମ୍ପର ଝଟକା ଅନୁଭୂତ କରିଥିଲେ ।  ଏହାର କେନ୍ରସ୍ଥଳ ତୁରାଠୁ ୪୩ କିମି ଦୂରରେ ବୋଲି ଜଣାପଡିଛି । ସକାଳ ୬ଟା ୩୨ରେ ହିଁ ମେଘାଳୟ ମାଟି ଥରିଥିଲା। ତେବେ ଝଟଲା ଲାଗିବା ପରେ ଲୋକେ ଘରୁ ବାହାରକୁ ପଳାଇ ଆସିଥିଲେ । ଏବୁସଦ୍ଧା କୌଣସି ବଡ ଧରଣର ଅଘଟଣ ହୋଇଥିବା ଖବର ଆସିନାହିଁ । କିନ୍ତୁ ଲୋକେ ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.