ଚୋରା ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଲମତାପୁଟ ୧୩।୦୬ :  ୭୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଲମତାପୁଟ ପୋଲିସ୍ ଚଢାଉ କରିଥିଲା। ନନ୍ଦପୁର SDPOଙ୍କ ନେତୃତ୍ଵରେ ଲମତାପୁଟ ପୋଲିସ ନୁଆପୁଟ ନଦୀ ଘାଟରେ ଚଢାଉ କରି ବିପୁଳ ଗଞ୍ଜେଇ ଜବତ କରିଛି । ଖବର ଅନୁଯାୟୀ, ଜବତ ହୋଇଥିବା ଗଞ୍ଜେଇକୁ ଆନ୍ଧ୍ର ସୀମାନ୍ତ ବର୍ତ୍ତୀ ଅଞ୍ଚଳରୁ ଡଙ୍ଗା ସାହାଯ୍ୟରେ ଜଲାପୁଟ ଜଳଭଣ୍ଡାର ଦେଇ ନୁଆପୁଟ ଘାଟରେ ଗଛିତ କରି ଅନ୍ୟରାଜ୍ୟକୁ ଚୋରା ଚାଲାଣ ପାଇଁ ରଖାଯାଇଥିଲା। ପୋଲିସ ଆସିବା ଦେଖି ଅନ୍ଧାର ର ସୁଯୋଗ ନେଇ ଘଟଣାସ୍ଥଳରୁ ମାଫିଆ ମାନେ ଫେରାର ହୋଇ ଯାଇଥିବା ବେଳେ ଘଟଣାସ୍ଥଳରୁ ୩୧ଟି ବସ୍ତାରେ ପ୍ରାୟ ସାଢେ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୋଲିସ । ଏହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏଠି ପ୍ରଶ୍ନ ଉଠୁଛି ଯେ, କୋରାପୁଟ ପୋଲିସ ଗଞେଇ ଚୋରା ଚାଲାଣ ରୋକିବାକୁ ବହୁ ସଫଳତା ପାଉଥିବା ବେଳେ ଅବକାରୀ ଏବଂ ବନ ବିଭାଗ ସମ୍ପୂର୍ଣ ଫେଲ୍ ମାରିଛନ୍ତି । ଗଛିତ ରଖାଯାଇଥିବା ଗଞ୍ଜେଇ ଉପରେ ଲଗାତର ଚଢାଉ କରୁଛି ପୋଲିସ।

Leave A Reply

Your email address will not be published.