ଧୀରେ ଧୀରେ ସୁସ୍ଥ ହେଉଛି ଗୁଳିବିଦ୍ଧ ଦନ୍ତା

ଆଠଗଡ ୧୩/୦୪: ନରସିଂହପୁର ପଶ୍ଚିମ ବନଖଣ୍ଡ ଅନ୍ତର୍ଗତ ଜୟପୁର ସଂରକ୍ଷିତ ଜଙ୍ଗଲ ଅସୁସ୍ଥ ହୋଇ ପଡ଼ିଥିବା ଗୁଳିବିଦ୍ଧ ଦନ୍ତା ହାତୀ ଧୀରେ ଧୀରେ ସୁସ୍ଥ ହେଉଛି। ଗତ ଦୁଇ ଦିନ ହେଲା ହାତୀର ସ୍ୱାସ୍ଥ୍ୟବସ୍ଥାରେ ଅନେକ ଉନ୍ନତି ଆସିଥିବା ବିଶେଷଜ୍ଞ ଡ଼ାକ୍ତରୀ ଟିମ୍ ସୂଚନା ଦେଇଛନ୍ତି । ଅସୁସ୍ଥ ହାତୀଟି ତରଭୁଜ, କଖାରୁ,ପାଚିଲା କଦଳୀ ଓ ସେଓ ପ୍ରାୟ ୫୦ କେଜି ଫଳ ଖାଇଛି ଏହା ସହିତ ହାତୀକୁ ପୂର୍ବଭଳି ସାଲାଇନି,ଔଷଧ ଇଞ୍ଜେକ୍ସନ ଦେଇ ଚିକିତ୍ସା କରାଯାଇଛି । ଓୟୁଏଟି ବିଶେଷଜ୍ଞ ଦଳ ସହିତ ଆଲୋଚନା କରି ସାତକୋଶିଆ (ୱାଇଲଡ଼ ଲାଇଫ) ଡାକ୍ତର ଏବଂ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ହାତୀର ଚିକିତ୍ସା କରିଥିବା ବେଳେ ଚନ୍ଦକାରୁ ଆସିଥିବା ହାତୀ ମାହୁନ୍ତ ତତ୍ତ୍ୱାବଧାନରେ ହାତୀର ଯତ୍ନ ନିଆଯାଉଛି। ଆବଶ୍ୟକ ସ୍ଥଳେ ହାତୀକୁ ହାତୀକୁ ଚନ୍ଦକା ସ୍ଥାନାନ୍ତର କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

Leave A Reply

Your email address will not be published.