ଅଗ୍ନିକାଣ୍ଡରେ ଜଳିଗଲା ତିନି ପରିବାରର ୬ ବଖରା ଘର

ଭଦ୍ରକ ୧୩/୦୪: ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ । ଗତକାଲି ବିଳମ୍ବିତ ରାତି ସମୟରେ ଏହିପରି ଏକ ଦୁଃଖଦ ଘଟଣା ଘଟିଛି ଧାମନଗର ବ୍ଲକ ଅନ୍ତର୍ଗତ ଦଇପୁର ପଞ୍ଚାୟତର ଦଇପୁର ଗ୍ରାମରେ । ୩ଟି ପରିବାରର ୬ ବଖରା ଘର ଭସ୍ମୀଭୂତ ହେଵା ସହ ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ଜଳି ପାଉଁଶ ହୋଇଯାଇଛି । ଗାଁ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଛଅ ବଖରା ଘର ଜଳିପୋଡ଼ି ସମ୍ପୁର୍ଣ୍ଣ ପାଉଁଶ ହୋଇ ଯାଇଥିଲା । ଧାମନଗରରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.