ରଜ ପର୍ବର ପ୍ରଥମ ଦିନ: ଧୁମ୍‌ଧାମ୍‌ରେ ପାଳନ ଲାଗି ସଜେଇ ହେଉଛନ୍ତି ଝିଅ, ବୋହୁ

କେନ୍ଦ୍ରାପଡା ୧୩/୦୪: ଆଜି ସଜବାଜ । କେନ୍ଦ୍ରାପଡାର ପୁରପଲ୍ଲୀରେ ବଡ ଧୁମଧାମରେ ପାଳନ ହେଉଛି ରଜ ପର୍ବର ଏହି ପ୍ରଥମ ଦିବସ । ଝିଅମାନେ ବିଭିନ୍ନ ଶୈଳୀରେ ନିଜକୁ ସଜେଇବାରେ ଲାଗିଛି । ହାତରେ ମେହେନ୍ଦି ଓ ପାଦରେ ପଟାପଟା ଅଳତା । ପୁଣି ଭିଳିକି ଭଳି ବେଣୀ ବାନ୍ଧି ନିଜ ମନ ମାନିବା ପରି ସଜେଇ ହେଉଛି । ସଜବାଜରେ ନିଜକୁ ସଜେଇବାରେ ମାତି ଯାଇଛି ଝିଅମାନେ । କିଏ ପାଦରେ ଅଳତା ଲଗାଉଛି ତ ଆଉ କିଏ ହାତରେ ବିଭିନ୍ନ ଡିଜାଇନର ମେହେନ୍ଦି କରିଛି । ପୁଣି ବିଭିନ୍ନ ରଙ୍ଗରେ ନେଲପଲିସରେ ଚିକ୍ ଚିକ୍ କରୁଛି ହାତ । କେବଳ ସେତିି ନୁହେଁ ନୂଆ ଜାମା ପିନ୍ଧିବା ସହ ରଜ ପାନ ଖାଇବା ପାଇଁ ପ୍ରସ୍ତୁତ ହୋଇଛି ଝିଅମାନେ । ମନରେ ଅଫୁର ଆନନ୍ଦ ଓ ଉଲ୍ଲାସ ନେଇ ବର୍ଷକ ପରେ ଆସିଥିବା ଏହି ଗଣ ପର୍ବରେ ସମେସ୍ତ ସାମିଲ ହୋଇଛି । ଦୁଇବର୍ଷର ବ୍ୟବଧାନ ପରେ ଏ ବର୍ଷ ପାଳନ ହେଉଛି ରଜ ସଜବାଜ । କରୋନା ପାଇଁ ରଜ ପାଳନ ଉପରେ ଲାଗିଥିଲା କଟକଣା। ଲୋକେ ଘରେ ରହି ରଜ ପାଳନ କରିଥିଲେ । କରୋନା ମହାମାରୀ ଯୋଗୁଁ ଫିକା ପଡି ଯାଇଥିଲା ରଜ ମଉଜ । ଏ ବର୍ଷ ବଡ ଧୁମଧାମରେ ରଜପର୍ବ ପାଳନ ହେଉଛି ।୪ ଦିନ ବ୍ୟାପୀ ପାଳନ ହେବାକୁ ଥିବା ଏହି ଗଣ ପର୍ବରେ ଘରେଘରେ ପିଠାପଣା ପ୍ରସ୍ତୁତ ହେବା ସହ ଝିଅମାନେ ରଜ ଦୋଳିର ମଜା ନେବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେହିପରି ଗାଁ ଗାଁରେ ତାସ, ପାଲି, ଓ କବାଡି ଖେଳର ଆସର ମଧ୍ୟ ଜମିବ ।

Leave A Reply

Your email address will not be published.