ଜାତୀୟ ରାଜପଥରେ ଓଲଟିଲା କଣ୍ଟେନର, ଦୁର୍ଘଟଣାରେ ଗାଡି ଚାଳକ ଆହତ

ଖଲ୍ଲିକୋଟ ୧୩/୦୪: କଲିକତାରୁ ବାଙ୍ଗାଲୋର ଯାଉଥିବା କଣ୍ଟେନର ଭାରସାମ୍ୟ ହରାଇ ଛତ୍ରପୁର ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥରେ ଓଲଟିଲା ପଡିଛି । ଏହି ଦୁର୍ଘଟଣାରେ ଗାଡି ଚାଳକ ଆହତ ହୋଇଛନ୍ତି । ସୂଚନା ଥାଉକି ଗତକାଲି ବିଳମ୍ବିତରେ କାଠ କଣ୍ଟେନର ଛତ୍ରପୁର ସ୍ଥିତ ସତ୍ୟବାଦୀନଗର ସମ୍ମୁଖ ଜାତୀୟ ରାଜପଥ ଉପରେ ଏକ ଖୁଣ୍ଟ କୁ ଧକା ଦେଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଜାତୀୟ ରାଜପଥ ଉପରେ ଗାଡିଟି ଓଲଟି ପଡିଥିବାରୁ ରାସ୍ତାର ଗୋଟିଏ ପାର୍ଶ୍ୱ ଯାତାୟାତ ବନ୍ଦ ରହିଛି । ଘଟଣାର ଖବର ପାଇଁ ଛତ୍ରପୁର ପୁଲିସ ପହଂଚି ଯାଞ୍ଚ କରୁଛନ୍ତି ।

Leave A Reply

Your email address will not be published.