ଜିଲ୍ଲା ଆଇନ ସେବା ପ୍ରାକରଣ ଫୁଲବାଣୀ ଦ୍ୱାରା ବିଶ୍ଵ ଶିଶୁ ଶ୍ରମିକ ନୀରୋଧ ଦିବସ ପାଳିତ…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାକରଣ ଫୁଲବାଣୀ ଦ୍ୱାରା ଆୟୋଜିତ ବିଶ୍ବ ଶିଶୁ ଶ୍ରମିକ ନୀରୋଧ ଦିବସ । ଫୁଲବାଣୀ ନଗରସ୍ଥ ଗୁଦାରି ନିକଟ ସାଧନ ଅନୁଷ୍ଠାନ ଠାରେ ପାଳିତ ହୋଇଯାଇଛି। ଏହି ଉତ୍ସବର ସ୍ବାଗତ ଭାଷଣରେ ସମାଜସେବୀ ତଥା ପି.ଏଲ.ଭି ମେମ୍ବର ନିରଞ୍ଜନ ପାଣ୍ଡ ବିଶ୍ୱ ଶିଶୁ ଶ୍ରମିକ ନୀରୋଧ ଦିବସର ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ ଶିଶୁ ମଙ୍ଗଳ କମିଟି ର ସଦସ୍ୟ ଆଡଭୋକେଟ ଶ୍ରୀମତି ଜୟନ୍ତୀ ପାଣିଗ୍ରାହୀ ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁମାନଙ୍କୁ କିପରି ଶ୍ରମିକ ଭାବେ ନିୟୋଜିତ ନକରି ସେମାନଙ୍କୁ ସେମାନଙ୍କ ଅଧୁକାର ଦିଆଯିବ ତଥା ଏଧୂପାଇଁ ଆଇନର ବ୍ୟବସ୍ଥା ସମ୍ପର୍କରେ ବକ୍ତବ୍ୟ ରଖୁଲେ।ସାଧନ ଅନୁଷ୍ଠାନର ସମ୍ପାଦକ ଏସ ପାଓଲ ରାଜ ନିଜ ବକ୍ତବ୍ୟରେ କହିଲେ ଆଜି ମଧ୍ୟ ସେମାନଙ୍କ ଅଧୁକାର ଠାରୁ ବଞ୍ଚିତ ଅନେକ ଶିଶୁଙ୍କ ପାଇଁ ଏହି ପରି ଅନେକ କାର୍ଯ୍ୟକ୍ରମ ଆବଶ୍ୟକ। ଏହି ଉତ୍ସବରେ ଜିଲ୍ଲା ଆଇନ ସେବା ପ୍ରାଧୁକରଣ ସଚିବ ଶ୍ରୀମତି ରମାଦେବୀ ସୋରେନ ଉପସ୍ଥିତ ସାଧନ ଅନ୍ତେବାସୀ ଶିଶୁ ଭାଇଭଉଣୀ ମାନଙ୍କୁ ଶିଶୁ ସୁଲଭ ଭାଷାରେ ସେମାନଙ୍କ ଅଧୁକାର ବିଷୟରେ ସଚେତନ କରାଇବା ସହ ବିସ୍କୁଟ,ଫଳରସା ଆଦି ବଣ୍ଟନ କରିଥିଲେ । ଶିଶୁମାନଙ୍କ ସକ୍ରିୟ ଅଂଶ ଗ୍ରହଣରେ ପାଇଁ ସାଧନ ଅନୁଷ୍ଠାନର ମାଆ ଏପରି ସଚେତନତା । କାର୍ଯ୍ୟକ୍ରମ ପାଇଁ ଖୁସି ବ୍ୟକ୍ତ କରିଥିଲେ । ସାଧନର ମେମ୍ବର ସମ୍ପାଦକ ତଥା କାଉନସେଲର ଶିବା ମାଥୁ ଅତିଥୁ ପରିଚୟ । ତଥା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.