୧୫ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ନିର୍ଦ୍ଦେଶକ ନିର୍ବାଚିତ, ନିର୍ଦ୍ୱନ୍ଦ୍ୱରେ ହେଲେ ବିଜୟୀ

ଗଜପତି ୧୪।୦୬ : ଗଜପତି ଜିଲ୍ଲାର ସମସ୍ତ ୧୫ଜଣ ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ନିର୍ଦ୍ଦେଶକ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ। ନିର୍ଦ୍ଧାରିତ ସମୟ ପୂର୍ବରୁ କେବଳ ଗୋଟିଏ ଲେଖାଏଁ ମନୋନୟନ ପତ୍ର ଦାଖଲ ହୋଇଥିବାରୁ ଫଳାଫଳ ଘୋଷଣା କରିଛନ୍ତି ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ । ତେବେ ନିର୍ବାଚିତ ସମସ୍ତ ନିର୍ଦ୍ଦେଶକ ମଧ୍ୟରୁ ୧୪ ଜଣ ନିର୍ଦ୍ଦେଶକ ବିଜୁ ଜନତା ଦଳର ସମର୍ଥିତ ହୋଇଥିବା ବେଳେ, ଗଜପତି ଇତିହାସରେ ପ୍ରଥମ ଥର ଏଭଳି ସମସ୍ତ ନିର୍ଦ୍ଦେଶକ ନିର୍ଦ୍ବନ୍ଦ୍ବରେ ବିଜୟୀ ହୋଇଥିବା ଫଳାଫଳ ଆସିଥିବା ଦେଖିବାକୁ ମିଳିଛି । ସମସ୍ତ କୋ-ଅପରେଟିଭ ନିର୍ଦ୍ଦେଶକଙ୍କ ସହଯୋଗ ଫଳରେ ସୁରୁଖୁରୁରେ ସମାପନ ହୋଇଛି ନିର୍ବାଚନ। ତେବେ ଆଗକୁ ବ୍ୟାଙ୍କର ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପରିଚାଳିତ ହେବ ବୋଲି ନବ ନିର୍ବାଚିତ ନିର୍ଦ୍ଦେଶକ ମାନେ ମତପ୍ରକାଶ କରିଛନ୍ତି।

Leave A Reply

Your email address will not be published.