ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ରାହୁଲ, କହିଲେ- ‘ସ୍ୱପ୍ନ ସତ ହୋଇଛି…’

ନୂଆଦିଲ୍ଲୀ, ୧୬/୦୬: ବିସିସିଆଇ ଆୟାରଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରିଛି । ଦଳରେ ପ୍ରଥମ ଥର ରହୁଲ ତ୍ରିପାଠୀଙ୍କୁ ସ୍ଥାନ ମିଳିଛି । ରାହୁଲ ନିକଟରେ ଆଇପିଏଲ-୧୫ରେ ଦମଦାର ପ୍ରଦର୍ଶନ କରିଥିଲେ । ଭାରତୀୟ ଦଳ ଆୟାରଲ୍ୟାଣ୍ଡ ବିପକ୍ଷରେ ଦୁଇଟିକିଆ ଟି୨୦ ସିରିଜ୍ ଖେଳିବ । ବିସିସିଆଇ ଏହି ଗସ୍ତ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଛି । ତେବେ ଦଳରେ ପ୍ରଥମ ଥର ସାମିଲ ହେଲା ପରେ ଖୁସି ପ୍ରକାଶ କରିଛନ୍ତି ରାହୁଲ । ଏପରିକି ସ୍ୱପ୍ନ ସତ ହେବାକୁ ଯାଉଥିବା ସେ କହିଛନ୍ତି । ୩୧ ବର୍ଷୀୟ ରାହୁଲ ତ୍ରିପାଠୀ ଆଇପିଏଲ ଇତିହାସରେ ଅନକ୍ୟାପ୍ ଖେଳାଳି ଭାବେ ସବୁଠୁ ଅଧକ ରନ୍ କରିଛନ୍ତି ।ସେ ଏବେସୁଦ୍ଧା ୧୭୯୮ ରନ୍ କରିଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ମନନ ବୋରା ଅଛନ୍ତି । ସେ ୧୦୭୩ ରନ୍ କରିପାରିଛନ୍ତି । ସେହିପରି ୭୯୮ ରନ୍ ସହ ତୃତୀୟ ସ୍ଥାନରେ ମନବିନ୍ଦର ବିସଲା ରହିଛନ୍ତି । ୨୦୨୨ ଆଇପିଏଲରେ ରାହୁଲ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳି ୪୧୩ ରନ୍ କରିଥିଲେ । ତାଙ୍କର ଷ୍ଟ୍ରାଇକ୍ ରେଟ୍ ମଧ୍ୟ ୧୫୮.୨୪ ରହିଥିଲା । ତେବେ ଟିମ୍ ଇଣ୍ଡିଆରେ ସ୍ଥାନ ପାଇବା ପରେ ରାହୁଲ କହିଛନ୍ତି ଯେ, ଏହା ତାଙ୍କ ପାଇଁ ବହୁତ ବଡ ସୁଯୋଗ । ସ୍ୱପ୍ନ ସତ ହେବାକୁ ଯାଉଛି । ଚୟନକର୍ତ୍ତା ତାଙ୍କ ଉପରେ ବିଶ୍ୱାସ ପ୍ରକାଶ କରିଛନ୍ତି । ଯାହା ବହୁତ ଖୁସିର କଥା । ପରିଶ୍ରମର ଫଳ ମିଳିଛି । ଯଦି ଖେଳିବାକୁ ସୁଯୋଗ ମିଳେ ତେବେ ସେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.