ଅଭିନେତ୍ରୀଙ୍କ ବୟାନକୁ ନେଇ ଉଠିଲା ବିବାଦ

ନୂଆଦିଲ୍ଲୀ ୧୬।୦୬: ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ନିଜର ସୁନ୍ଦରତା ଏବଂ ଲୁକ୍‌ ପାଇଁ ବେଶ୍ ଜଣାଶୁଣା । ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିରାଟ ପର୍ବମର ପ୍ରମୋସନରେ ଖୁବ୍‌ ବ୍ୟସ୍ତ ଥିଲେ। ଏହି ସମୟରେ ସାଇ ପଲ୍ଲବୀ ଏପରି କିଛି କହିଛନ୍ତି, ଯାହା ସୋସିଆଲ ମିଡିଆରେ ବିବାଦ ସୃଷ୍ଟି ହୋଇଛି । ବାସ୍ତବରେ, ସାଇ ପଲ୍ଲବୀ ବଲିଉଡ ଫିଲ୍ମ କାଶ୍ମୀର ଫାଇଲରେ ପ୍ରଦର୍ଶିତ କାଶ୍ମୀର ପଣ୍ଡିତଙ୍କ ଦୃଶ୍ୟକୁ ମୋବ୍‌ ଲିଞ୍ଚିଂ ସହିତ ତୁଳନା କରିଛନ୍ତି । ଏହି ପ୍ରକାରର ବିବାଦୀୟ ବିବୃତ୍ତି ଦେଇ ସମଗ୍ର ଦୁନିଆକୁ ବିବାଦ ଘେରକୁ ଟାଣି ଆଣିଛନ୍ତି। ତେବେ ନିକଟରେ ଏକ ସାକ୍ଷାତକାରରେ ଏପରି କହିଛନ୍ତି ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି। ସେ ଫିଲ୍ମ କାଶ୍ମୀର ଫାଇଲସ୍‌ କାଶ୍ମୀର ପଣ୍ଡିତଙ୍କ ହତ୍ୟାକାଣ୍ଡକୁ ନେଇ ଦର୍ଶାଇଛି। ଏହା ବ୍ୟତୀତ ସେ କହିଥିଲେ କି, ଯଦି ହିଂସା ଏବଂ ଧର୍ମର ମାପରେ ଓଜନ କରାଯାଏ, ତେବେ କିଛି ସମୟ ପୂର୍ବରୁ ଗୋଟିଏ ଟ୍ରକ୍‌ରେ ଭର୍ତ୍ତି ହୋଇଥିବା ଗାଇକୁ ନେଇକି ଯାଉଥିବା ଜଣେ ମୁସଲମାନ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବରେ ମାଡ ଦିଆଯାଉଛି । ପରେ ଜୟ ଶ୍ରୀ ରାମ ଜପ କରିବାକୁ କୁହାଯାଉଛି। କାହିଁକି କୁହନ୍ତୁ… ତାହାଲେ ମୋତେ କୁହନ୍ତୁ ଏହି ଦୁଇଟି ଘଟଣାର ପାର୍ଥକ୍ୟ କ’ଣ? , ମୋ ମତରେ ଏଭଳି ପରିସ୍ଥିତିରେ କୌଣସି ପ୍ରକାରର ଭେଦଭାବ କରିବା ଉଚିତ୍‌ ନୁହେଁ ।

Leave A Reply

Your email address will not be published.