ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ପ୍ରତିବାଦ, ୧୨ ଘଣ୍ଟିଆ ବାଲେଶ୍ୱର ବନ୍ଦ ଡାକରା

ବାଲେଶ୍ୱର ୧୬।୦୬ : ଆଜି ବାଲେଶ୍ୱର ବନ୍ଦ । ଜିଲ୍ଲାର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଛି। ୧୨ ଘଣ୍ଟିଆ ବନ୍ଦ ଡାକରାରେ ୨୦ରୁ ଅଧିକ ସଂଗଠନ ସାମିଲ ହୋଇଛନ୍ତି । ତେବେ ଏହି ବନ୍ଦରେ ବିଜେପି , କଂଗ୍ରେସ ଓ ବାମ ଦଳ ମାନେ ମଧ୍ୟ ସାମିଲ ହୋଇ ନିଜ ନିଜ ଢଙ୍ଗରେ ପ୍ରତିବାଦ କରିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କିଛିଦିନ ମଧ୍ୟରେ ଜିଲ୍ଲାରେ ହତ୍ୟା , ଲୁଟ , ଆକ୍ରମଣ ଆଦି ବଢ଼ିବାରେ ଲାଗିଛି । ବିଭିନ୍ନ ସ୍ଥାନରୁ ଦିନ ଦିପହରରେ ଲୁଟି ନେଉଛନ୍ତି ଦୁବୃର୍ତ୍ତ । ଯାହାକୁ ନେଇ ସବୁ ମହଲରେ ନିନ୍ଦା କରିବା ସହିତ ବିଭିନ୍ନ ସଂଗଠନ ବନ୍ଦ ଡାକରା ଦେଇଥିଲେ । ଏନେଇ ବିଜେପି ମଧ୍ୟ ପ୍ରତିବାଦ କରିବା ସହିତ ଅନୁରୂପ ଭାବେ ବନ୍ଦ କରିବା ନେଇ ଘୋଷଣା କରିଛି।

Leave A Reply

Your email address will not be published.