କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ନିଆଁ, ଆୟତ୍ତ ପାଇଁ ଲାଗିଛନ୍ତି ଅଗ୍ନିଶମ ସହ ବନ କର୍ମଚାରୀ

କୋଣାର୍କ ୧୬।୦୬: କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟରେ ଅଗ୍ନିକାଣ୍ଡ । ୧୦ ଏକରରୁ ଉର୍ଦ୍ଧ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଗ୍ରାମବାସୀ ଓ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ନିଆଁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଖବର ଅନୁଯାୟୀ,  ବାଲୁଖଣ୍ଡ ଅଭୟାରଣ୍ୟର ରାମଚଣ୍ଡୀ ଓ ଚନ୍ଦ୍ରଭାଗା ନିକଟ ହରିଣ ଚତରା ଠାରେ ଥିବା ଝାଉଁ ଜଙ୍ଗଳରେ ନିଆଁ ଲାଗିଯାଇଥିଲା । ରାମଚଣ୍ଡୀ ଠାରେ ଦୁଇଟି ଦମକଳ ଗାଡି , ଅଗ୍ନିଶମ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିଆଁ ଲିଭାଇବା ପାଇଁ ଲାଗିଥିଲେ । ହରିଣ ଚତରା ଜଙ୍ଗଲରେ କୁରୁଜଙ୍ଗ ଗ୍ରାମବାସୀ ଓ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ଦ୍ୱାରା ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି ।

Leave A Reply

Your email address will not be published.