ଏଡସ୍ ପାଇଁ ଆସିଲା ସଞ୍ଜୀବନୀ, ଟିକା ପ୍ରସ୍ତୁତ କଲେ ଇସ୍ରାଏଲ ବୈଜ୍ଞାନିକ

ନୂଆଦିଲ୍ଲୀ ୧୬/୦୬: ଏଡ୍ ସ ପାଇଁ ଆସିଲା ସଞ୍ଜିବନୀ। କ୍ୟାନସର ପରେ ଏବେ HIV ଏଡସ୍ ଭଳି ଦୁରାରୋଗର ଚିକିତ୍ସା ମଧ୍ୟ ହେବ ସମ୍ଭବ । ଇସ୍ରାଏଲର ବୈଜ୍ଞାନିକମାନେ ଏଭଳି ଏକ ଟିକା ପ୍ରସ୍ତୁତ କରିଛନ୍ତି ଯାହାର ଗୋଟିଏ ଡୋଜ୍ ଟିକା ନେଲେ ଭଲ ହୋଇପାରିବ ଏଡସ୍ ଭଳି ରୋଗ । ଇସ୍ରାଏଲର ତେଲ୍ ଅବିବ ବିଶ୍ୱ ବିଦ୍ୟାଳୟରେ ଏହାର ପରୀକ୍ଷଣ ହୋଇଛି । ବୈଜ୍ଞାନିକମାନେ ଜିନ୍ ଏଡିଟିଙ୍ଗ୍ ଟେକନୋଲୋଜି ଦ୍ବାରା ଏହି ଟିକା ପ୍ରସ୍ତୁତ କରିଛନ୍ତି। ମୁଷା ଉପରେ ଏବେ ଏହାର ପ୍ରୟୋଗ କରାଯାଇଛି।ଏହା ମୂଷାର ଇମ୍ୟୁନ ସିଷ୍ଟମରେ HIV ଭାଇରସ ବିରୋଧର ଲଢିବା ଲାଗି ଆଣ୍ଟିବଡି ବିକଶିତ କରିଛି। ବୈଜ୍ଞାନିକମାନେ ଶରୀରରେ ଥିବା ଟାଇପ୍-ବି-ଧଳା ରକ୍ତ କଣିକାର ଜିନରେ କିଛି ପରିବର୍ତ୍ତନ କରିଥିଲେ । ରକ୍ତ କଣିକାରେ ପରିବର୍ତ୍ତନ କରିବା ପରେ ଏହା HIV ଏଡସକୁ ମାତ୍ ଦେବାରେ ସମ୍ଭବ ହେଉଛି । ଏହି ସଫଳତା ଆଶା ବଢ଼ାଇ ଦେଇଛି ଯେ HIV ଏଡସ୍ ଭଳି ରୋଗର ଚିକିତ୍ସା ମଧ୍ୟ ଦୂର ନୁହେଁ । ଏହି ରୋଗର ଶିକାର ବ୍ୟକ୍ତିଙ୍କ ଇମ୍ୟୁନ ସିଷ୍ଟମ୍ ବହୁତ ଦୁର୍ବଳ ହୋଇଥାଏ। ଭାଇରସ ଲଢିବାରେ ସକ୍ଷମ ହୋଇନଥାନ୍ତି। ଗବେଷଣାରେ ଏହା ଦାବି କରାଯାଇଛି ଯେ ଏହି ଔଷଧ ଦ୍ବାରା ସୃଷ୍ଟି ହେଉଥିବା ଆଣ୍ଟିବଡିଜ୍ ସୁରକ୍ଷିତ ଏବଂ ପ୍ରଭାବି। ଏହା ବିଭିନ୍ନ ସଂକ୍ରାମକ ରୋଗ ଛଡା କ୍ୟାନସ ଏବଂ ବାକି ଅଟୋଇମ୍ୟୁନଜନିତ ରୋଗରୁ ଆରୋଗ୍ୟ ଦେବାରେ ସହାୟକ ହୋଇଥାଏ। ବର୍ତ୍ତମାନ ସୁଦ୍ଧା HIV ଏଡସର ଚିକିତ୍ସା ପାଇଁ କୌଣସି ଔଷଧ ପ୍ରସ୍ତୁତ ହୋଇନାହିଁ । କିନ୍ତୁ ଔଷଧ ଦ୍ୱାରା ଏହି ରୋଗ ବ୍ୟାପିବା ବନ୍ଦ ହୋଇପାରେ । ୨୦୨୦ରେ ଏକ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୩.୭ କୋଟି ଲୋକ ଏଥିରେ ସଂକ୍ରମିତ ଅଛନ୍ତି । ଏହା ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ, ଦୂଷିତ ରକ୍ତ ସଂକ୍ରମଣ, ସଂକ୍ରମିତ ସିରିଞ୍ଜର ବ୍ୟବହାର ଏବଂ HIV ସଂକ୍ରମିତ ମା’ଠାରୁ ତାଙ୍କ ପିଲା ପର୍ଯ୍ୟନ୍ତ ଏହି ରୋଗ ବ୍ୟାପିଥାଏ ।

Leave A Reply

Your email address will not be published.