ଭାରସାମ୍ୟ ହରାଇ ଓଲଟିଲା ପରିବା ବୋଝେଇ ଟ୍ରକ, କାଚ ଭାଙ୍ଗି ବାହାରିଲେ ଡ୍ରାଇଭର

ବିନିକା ୧୮।୦୬ : ଭାରସାମ୍ୟ ହରାଇ ଓଲଟିଲା ପରିବା ବୋଝେଇ ଟ୍ରକ ।  ଅଳ୍ପକେ ବର୍ତ୍ତିଲେ ଟ୍ରକ ଡ୍ରାଇଭର । ସୋନପୁର ଜିଲ୍ଲା ବିନିକା ଥାନା ଭବିଷ୍ୟ ବିଦ୍ୟାଳୟ ନିକଟରେ ଘଟିଛି ଏହି ଦୁର୍ଘଟଣା । ଖବର ଅନୁଯାୟୀ, ଟ୍ରକଟି ପରିବା ବୋଝେଇ କରି ରାୟପୁରରୁ ବ୍ରହ୍ମପୁର ଯାଉଥିଲା । ହେଲେ ଟ୍ରକଟି ବରଗଡ଼-ସୋନପୁର ମୁଖ୍ୟରାସ୍ତା ବିନିକା ଭବିଷ୍ୟ ବିଦ୍ୟାଳୟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ ଚାଷ ଜମିକୁ ଓଲଟିପଡିଥିଲା । ଯାହାଫଳରେ ଗାଡି ଡ୍ରାଇଭର ସାମାମ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଟ୍ରକର ସମ୍ମୁଖ କାଚ ଭାଙ୍ଗି ବାହାରକୁ ବାହାର କରିଥିଲେ । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.