ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା: ମୁଣ୍ଡରେ ରହିଛି କ୍ଷତଚିହ୍ନ, ଭାଙ୍ଗିଯାଇଛି ହାତ

ସୋରୋ ୧୮/୦୬: ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକଙ୍କୁ ହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ରିଆ ଅଞ୍ଚଳରେ । ବିଳମ୍ବିତ ରାତିରେ ରିଆ ଗ୍ରାମର ଉପେନ୍ଦ୍ର ନାୟକଙ୍କ ପୁତ୍ର ପ୍ରଦୀପ ନାୟକଙ୍କୁ କେହି ଦୁର୍ବୁତ୍ତ ହତ୍ୟା କରି ପଳାଇ ଯାଇଥିବା ଜଣାପଡିଛି । ସ୍ଥାନୀୟ ଲୋକମାନେ ଦେଖି ଆମ୍ବୁଲାନ୍ସ ଦ୍ଵାରା ମୃତ ଦେହକୁ ଉଦ୍ଧାର କରି ସିମୁଳିଆ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ମୃତ ପ୍ରଦୀପର ମୁଣ୍ଡକୁ ଦୁର୍ବୁତ୍ତ ମାନେ ଏକ ଧାରୁଆ ଅସ୍ତ୍ରରେ ହାଣୀ ଥିବା ବେଳେ ହାତକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ସେଠାରୁ ସେହି ଅଂଚଳର ପ୍ରଭାସ କୁମାର ଜେନା ନାମକ ଜଣେ ଯୁବକ ସନ୍ଦେହ ଜନକ ଭାବେ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇ କଟକ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ସିମୁଳିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.