ମାଆ ହୀରାବେନଙ୍କ ଶହେତମ ଜନ୍ମଦିନ ପାଳିଲେ ମୋଦୀ : ନେଲେ ଆଶୀର୍ବାଦ, ଉପହାରରେ ଦେଲେ ଶାଲ୍

ନୂଆଦିଲ୍ଲୀ ୧୮/୦୬: ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଶନିବାର ଶହେତମ ଜନ୍ମଦିନ । ନିଜ ମାଆଙ୍କ ଶହେତମ ଜନ୍ମଦିନ ଅବସରରେ ମୋଦୀ ଗୁଜୁରାଟ ଗସ୍ତ କରି ନିଜ ଘରକୁ ଯାଇଛନ୍ତି । ମୋଦୀ ଗାନ୍ଧୀନଗର ପହଁଚି ନିଜ ମାଆଙ୍କ ଆଶୀର୍ବାଦ ନେଇଛନ୍ତି ଓ ତାଙ୍କର ପୂଜା ମଧ୍ୟ କରିଛନ୍ତି । ସେ ହୀରାବେନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରିବା ସହ ଉପହାରରେ ଏକ ଶାଲ୍ ମଧ୍ୟ ପ୍ରଦାନ କରିଛନ୍ତି । ଏହି ଅବସରରେ ମୋଦୀଙ୍କ ଭାଇ ଘରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ । ଏହାସହ ପରିବାରର ସମସ୍ତ ସଦସ୍ୟଙ୍କୁ ମିଠା ଦେଇଥିଲେ । ମୋଦୀ ମଧ୍ୟ ମାଆ ହିରାବେନଙ୍କ ସହ ଘରେ ଥିବା ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ଏହାସହ ମୋଦୀ ମାଆଙ୍କ ଜନ୍ମଦିନ ପାଇଁ ପାଓ୍ୱାଗଡ ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.