ହରିଶ୍ଚନ୍ଦ୍ର ଟଙ୍କା ଆତ୍ମସାତ୍ ଘଟଣା: ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଲମ୍ୱିତ

ପଟ୍ଟାମୁଣ୍ଡାଇ ୧୮/୦୬: ଖବର ପ୍ରସାରଣ ପରେ ଚେତିଲା ପ୍ରଶାସନ । ହରିଶ୍ଚନ୍ଦ୍ର ଟଙ୍କା ଆତ୍ମସାତ ଘଟଣା ଆକ୍ସନ ମୋଡ଼ ରେ ଜିଲ୍ଲା ପ୍ରଶାସନ । ଫଳରେ ନିଲମ୍ବିତ ହୋଇଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ ଚନ୍ଦନ ଦାସ । ଗତକାଲି ଦୁଇ ଜଣିଆ ତଦନ୍ତକାରୀ ଟିମ ରିପୋର୍ଟ ଦେବା ପରେ ଜିଲ୍ଲାପାଳ ନିଲମ୍ବିତ କରଥିବା ସୂଚନା ମିଳିଛି । କୁରୁଣ୍ଟି ପଞ୍ଚାୟତରେ ୧୧ ଜଣ ଜୀବିତ ବ୍ୟକ୍ତିଙ୍କୁ ମୃତ ଦେଖାଇ ଟଙ୍କା ଆତ୍ମସାତ କରିବାକୁ ଥିଲା ମସୁଧା । ବାରମ୍ବାର ଏନେଇ ଖବର ପ୍ରସାରଣ କରାଯାଇଥିଲା । ଗତକାଲି ହରିଶ୍ଚନ୍ଦ୍ର ଟଙ୍କା ଆତ୍ମସାତ ଘଟଣାରେ କୁରୁଣ୍ଟି ପଞ୍ଚାୟତରେ ପହଁଚିଲା ତଦନ୍ତକାରୀ ଟିମ୍ । ଦୁଇ ଜଣିଆ ଟିମ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ । ଯେଉଁମାନଙ୍କ ନାରେ ବଞ୍ଚି ଥାଉଥାଉ ମୃତକ କୁହାଯାଇଛି ସେମାନଙ୍କ ଘର ବୁଲି ପଚରା ଉଚରା କରୁଛି ଟିମ ।

Leave A Reply

Your email address will not be published.