ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ପ୍ରଥମ ଥର କନିଆ ବେଶରେ ନଜର ଆସିଲେ ଶେହନାଜ ଗିଲ୍

ମୁମ୍ବାଇ ୨୦।୦୬ : ଗତ ବର୍ଷ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଥିଲା। ଅଭିନେତାଙ୍କ ମୃତ୍ୟୁ ପରେ ଶେହନାଜ ଗିଲ ମଧ୍ୟ ଖୁବ୍‌ ଭାଙ୍ଗି ପଡିଥିଲେ। କିନ୍ତୁ ବର୍ତ୍ତମାନ ଶେହନାଜ ଧୀରେ ଧୀରେ ସାଧାରଣ ଜୀବନକୁ ଫେରିଛନ୍ତି। ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ତାଙ୍କ ଫଟୋ ଭିଡିଓ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରୁଛି। କିନ୍ତୁ ଏସବୁ ମଧ୍ୟରେ ଶେହନାଜ ଗିଲଙ୍କ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ କନିଆ ବେଶରେ ନଜର ଆସିଛନ୍ତି। ଶେହାନାଜ ଗିଲର ଖୁବ୍ ଶୀଘ୍ର ଶେହନାଜ୍ ଗିଲ୍‌ଙ୍କୁ ବଲିଉଡର ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ପିଲ୍ମ କଭି ଇଦ୍ କଭି ଦିୱାଲୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିକଟରେ ଶେହାନାଜ ଫ୍ୟାଶନ ଶୋ’ ଡେବ୍ୟୁ କରିଛନ୍ତି। କିଛି ଘଣ୍ଟା ପୂର୍ବରୁ, ଶାହନାଜ ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ବ୍ରାଇଡାଲ ପୋଷାକ ପିନ୍ଧି ରାମ୍ପ୍ ଚାଲୁଥିବାର ଦେଖିବାକୁ ମିଳିଛି। ଶାହନାଜ ଗିଲଙ୍କ ଏହି  ଭିଡିଓ ଭାଇରାଲ ହେବାରେ ଲାଗିଛି। ଶେହନାଜ୍ ଗିଲ୍ ଏକ ଶୋଷ୍ଟପର୍ ଭାବରେ ମଞ୍ଚରେ ଏଣ୍ଟ୍ରି କରି  ରାମ୍ପରେ ଚାଲିଛନ୍ତି। ଏହି ଭିଡିଓ ସେୟାର କରି ଶେହନାଜ ଗିଲ କ୍ୟାପସନରେ ଡିଜାଇନର୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଶାହନାଜ ଗିଲ ଫଟୋ ଏବଂ ଭିଡିଓ ଦେଖି ତାଙ୍କ ପ୍ରଶଂସକମାନେ ତାଙ୍କୁ ଖୁବ୍‌ ପ୍ରଶଂସା ମଧ୍ୟ କରିଛନ୍ତି।

Leave A Reply

Your email address will not be published.