ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର, ଗଦା ଧରି ସେୟାର କଲେ ଫଟୋ

ନୂଆଦିଲ୍ଲୀ ୨୦/୦୬:  ଭାରତୀୟ ଟିମ୍ ଏବେ ଇଂଲଣ୍ଡ ଗସ୍ତରେ ଅଛି । ପୂର୍ବତନ ଅଧିନାୟକ ବିରାଟ କୋହଲି, ଚେତେଶ୍ୱର ପୂଜାରା, ଅଧିନାୟକ ରୋହିତ ଶର୍ମା ଓ ଷ୍ଟାର୍ ଅଳରାଉଣ୍ଡର ରବୀନ୍ଦ୍ର ଜାଡେଜା ଇଂଲଣ୍ଡରେ ପହଁଚି ସାରିଛନ୍ତି । କେବଳ ଋଷଭ ପନ୍ତ ଓ ଶ୍ରେୟସ ଆୟର ପହଁଚିବା ବାକି ରହିଛି । ଦଳ ଇଂଲଣ୍ଡରେ ଅଭ୍ୟାସ ମଧ୍ୟ ଆରମ୍ଭ କରିଦେଇଛି । ଟିମ୍ ରୋହିତ ଜୁଲାଇ ୧ରୁ ଇଂଲଣ୍ଡ ବିପକ୍ଷ 5ଟିକିଆ ସିରିଜର ଶେଷ ମୁକାବିଲା ଖେଳିବ । କାରଣ ଗତବର୍ଷ ଉଭୟ ଦଳ ଟେଷ୍ଟ୍ ସିରିଜ ଖେଳିଥିଲେ ବି କରୋନା ପାଇଁ ଶେଷ ମୁକାବିଲା ହୋଇପାରିନଥିଲା । ଯାହା ଏବେ ଖେଳାଯିବ । ଏହା ନିର୍ଣ୍ଣାୟକ ମୁକାବିଲା ହେବ । କାରଣ ସିରିଜରେ ଭାରତ ୨-୧ରେ ଆଘୁଆ ରହିଛି । ତେବେ ନିର୍ଣ୍ଣାୟକ ଟେଷ୍ଟ୍ ପୂର୍ବରୁ ଭାରତୀୟ ଖେଳାଳି ଖୁବ୍ ପରିଶ୍ରମ କରୁଛନ୍ତି । ଏହାମଧ୍ୟରେ ରବୀନ୍ଦ୍ର ଜାଡେଜାଙ୍କ ହନୁମାନ ଅବତାର ସାମ୍ନାକୁ ଆସିଛି । ସେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି । ଯେଉଁଥିରେ ହାତରେ ଗଦା ଧରିଥିବା ନଜର ଆସିଛି । ଏହାସହ ବ୍ୟାକଗ୍ରାଉଣ୍ଡରେ ହନୁମାନ ଚାଳିସା ମଧ୍ୟ ଶୁଣିବାକୁ ମିଳୁଛି । ସୂଚନାଯୋଗ୍ୟ, ଜାଡେଜା ଗତ ଆଇପିଏଲ ସିଜିନରେ ନଜର ଆସିଥିଲେ । ତାଙ୍କୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ଦାୟିତ୍ୱ ମିଳିଥିଲା । କିନ୍ତୁ ଅତ୍ୟଧିକ ଚାପ ହେତୁ ସେ ନେତୃତ୍ୱ ଭାର ଛାଡିଥିଲେ । ଏହାପରେ ସେ ଆହତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିଲେ ।

Leave A Reply

Your email address will not be published.