ପୁଣି ବଢ଼ିଚାଲିଛି କୋଭିଡ୍‌-୧୯ ସଂକ୍ରମଣ: ୨୪ ଘଣ୍ଟାରେ ଦେଶରେ ୧୭,୩୩୬ ଜଣ ଆକ୍ରାନ୍ତ; ୧୩ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଆଜି କୋଭିଡ୍‌-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ଅପେକ୍ଷା ୩୦% ବୃଦ୍ଧି ପାଇ ୧୭ ହଜାର ଅତିକ୍ରମ କରିଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୭,୩୩୬ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୧୩ ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୧୩,୩୧୩ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪୩,୩୬୨୨୯୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ହୋଇଥିବା ୧୩ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୯୫୪ରେ ପହଞ୍ଚିଛି।

Leave A Reply

Your email address will not be published.