ଝାଡ଼ଖଣ୍ଡୀ ପାଇଲଟ ଦନ୍ତାର ଉପଦ୍ରବ, ଅଯୋଧ୍ୟାରେ ବ୍ୟାପକ ଉପଦ୍ରବ

ନୀଳଗିରି ୨୫/୦୬: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳକୁ ଗତ ଗୁରୁବାର ଦିନ ରାତିରେ ଝାଡ଼ଖଣ୍ଡ ପାଇଲଟ ଦନ୍ତା ପଶି ଆସିଛି । ଅଯୋଧ୍ୟା ଅଞ୍ଚଳରେ ବ୍ୟାପକ ଉପଦ୍ରଵ କରିବା ସହ ଏହି ଗ୍ରାମର ଗୁରୁବା ମୁଖୀଙ୍କ ଘର ଭାଙ୍ଗିଥିଲା । ପୁଣି ହାତୀଟି ଦିନରେ ଅଖପାଖ ଅଞ୍ଚଳରେ ରହି ଆତଙ୍କ ଚଳାଇଥିଲା । ପୁଣି ଗତକାଲି ସୋରିଷକନ୍ଦ ଗ୍ରାମର ଖଗ ସିଂଙ୍କ ଘର ଭାଙ୍ଗି ଧାନ, ଚାଉଳ ଖାଇଥିବା ବେଳେ ଅସବାପତ୍ର ନଷ୍ଟ କରିଛି । ହାତୀ ଭୟରେ ଅଞ୍ଚଳବାସୀ ରାତି ଉଜାଗର ରହିଛନ୍ତି । ଗତକାଲି ମଧ୍ୟ ରାତ୍ରରେ ହାତୀଟି ଆଖ ପାଖ ଗାଁ ଗୁଫିକରେ ପଶି ଉପଦ୍ରଵ କରିବା ସହ ତିନି କୋଶିଆ ଜଙ୍ଗଲକୁ ଯାଇଥିବା ଜଣାପଡିଛି । ହାତୀଟିକୁ ଦେଖିବା ପାଇଁ ଜନ ସମାଗମ ହୋଇଥିବା ବେଳେ ନୀଳଗିରି ବନବିଭାଗ ତାର ଗତିବିଧି ଉପରେ ନଜର ରଖିଛି । ତେବେ ପାଇଲଟ ଦନ୍ତାଟି ସର୍ଭେ କରି ଫେରିଲେ ଶତାଧିକ ହାତୀପଲ ଆସିବାର ସୂଚନା ମିଳିଛି ।

Leave A Reply

Your email address will not be published.