ଲିକ୍‌ ହେଲା ବରୁଣ-କିଆରାଙ୍କ ଫିଲ୍ମ ‘ଜୁଗ୍‌ ଜୁଗ୍‌ ଜିଓ’, ଏହି ସାଇଟ୍‌ରୁ ଫ୍ରି’ରେ ହେଉଛି ଡାଉନ୍‌ଲୋଡ୍‌

ମୁମ୍ବାଇ ୨୫।୦୬: ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଜୁଗ ଜୁଗ ଜିଓ’ ରିଲିଜ ହେବାର କିଛି ଘଣ୍ଟା ପରେ ଇଣ୍ଟରନେଟରେ ଏହା ଲିକ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ରାଜ ମେହେତାଙ୍କ ନିର୍ଦ୍ଦେଶିତ ଏହି ପୁରା ଫିଲ୍ମ ତାମିଲ ରକର୍ସ ନାମକ ଏକ ୱେବସାଇଟରେ ଅପଲୋଡ୍ ହୋଇଛି। ଏହା ବ୍ୟତୀତ ଫିଲ୍ମ ରୁଲ୍‌ ନାମକ ୱେବସାଇଟରେ ଏହି ଫିଲ୍ମର ଲିକ୍ ହେବାର ଖବର ଆସିଛି।ଫିଲ୍ମଟି ଇଣ୍ଟରନେଟରେ ଲିକ୍ ହେବା ପରେ ଫିଲ୍ମ ନିର୍ମାତାଙ୍କ ପାଇଁ  ଏକ ବଡ ସମସ୍ୟା ହୋଇପାରେ ବୋଲି କୁହାଯାଉଛି। କାରଣ ଏହା ସିଧାସଳଖ ଫିଲ୍ମ ବକ୍ସ ଅଫିସ୍‌ରେ ଭଲ ପ୍ରଦର୍ଶନ କରିବା ବୋଲି ଆଶା ରଖାଯାଇଛି । କାରଣ ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଜୁଗ୍ ଜୁଗ୍ ଜିଓ’ IMDb ରେ ୮.୨ ରେଟିଂ ପାଇଛି ଏବଂ ଦର୍ଶକମାନେ ମଧ୍ୟ ଏହି ଫିଲ୍ମକୁ ଖୁବ୍‌ ପସନ୍ଦ କରୁଛନ୍ତି । ବରୁଣ ଧାୱନ ଏବଂ କିଆରା ଆଡଭାନୀଙ୍କ ଅଭିନୀତ ଜଗ୍ ଜଗ୍ ଜିଓ ବକ୍ସ ଅଫିସରେ ପ୍ରଥମ ଦିନ ହିଁ ଧମାଲ କରିଛି । ଏହା ପାଖାପାଖି ୮ ରୁ ୯ କୋଟି ବ୍ୟବସାୟ କରିଛି । ଏହା ସହ ବିଶ୍ୱାସ କରାଯାଉଛି କି ଆଗାମୀ ଦିନରେ ଏାହ ଭଲ କଲେକ୍ସନ କରିବ । ଦ୍ୱିତୀୟ ଦିନରେ ଫିଲ୍ମର ବ୍ୟବସାୟ ୩୦ପ୍ରତିଶତ ଏବଂ ତୃତୀୟ ଦିନରେ ୨୦ ପ୍ରତିଶତ ବୃଦ୍ଧି ହୋଇପାରେ ବୋଲି କହିଛନ୍ତି।

Leave A Reply

Your email address will not be published.