କଂଗ୍ରେସକୁ ଲାଗିପାରେ ଡବଲ୍‌ ଝଟ୍‌କା, ଦଳ ଛାଡିପାରନ୍ତି ଚିରଞ୍ଜୀବ-ରଞ୍ଜୀବ ବିଶ୍ୱାଳ

ଜଗତସିଂହପୁର ୨୮।୦୬ : ରାଜ୍ୟ କଂଗ୍ରେସକୁ ଲାଗିପାରେ ଡବଲ୍‌ ଝଟ୍‌କା । ଗୋଟିଏ ପଟେ ଦଳ ସଜାଡିବାକୁ ଉଦ୍ୟମ ଜାରି ରହିଥିବା ବେଳେ ଆଉ ଗୋଟିଏ ପଟେ ତୁଙ୍ଗ ନେତା ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଏହିକ୍ରମରେ ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ତାଙ୍କ ଭାଇ ତଥା ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି । ଏହି ଦୁଇ ଭାଇ କଂଗ୍ରେସ ଛାଡିବେ ବୋଲି ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଚର୍ଚ୍ଚା ହେଉଥିବା ବେଳେ ପୂର୍ବ ଅପେକ୍ଷା ଏଥର ଅଧିକ ଚର୍ଚ୍ଚା ଜୋର ଧରିଛି । ମିଳିଥିବା ସୂଚନାନୁସାରେ, କେବଳ ଏହି ଦୁଇ ଛାମୁଆ ନେତା ନୁହଁନ୍ତି । ବରଂ ଚିରଞ୍ଜୀବଙ୍କ ନେତୃତ୍ବରେ ଜଗତସିଂହପୁର ଜିଲାରୁ ତାଙ୍କର ଅନେକ ସମର୍ଥକ ତଥା  ଦଳର ପୂର୍ବତନ ବିଧାୟକ ପ୍ରାର୍ଥୀ , ପୂର୍ବତନ ପୌରାଧକ୍ଷ ମଧ୍ୟ ଦଳ ଛାଡିବେ ବୋଲି ଆଲୋଚନା ହେଉଛି । ଏଥି ନିମନ୍ତେ ଭିତିରି ଏକ ଯୋଜନା ଶେଷ ପର୍ଯ୍ୟାୟରେ ପହଁଚି ଥିବା ବେଳେ କେଉଁ ମାନେ ଚିରଞ୍ଜୀବଙ୍କ ସହିତ ଦଳ ଛାଡିବେ ତାର ମଧ୍ୟ ଏକ ତାଲିକା ପ୍ରସ୍ତୁତ ସରି ଥିବାର ଏକ ସୂତ୍ରରୁ ଜଣା ଯାଇଛି ।  ଅତି ନିକଟରେ ଏହା ବାସ୍ତବ ରୂପ ନେବ ବୋଲି ଆଭାସ ମିଳିଛି । ତେବେ ସେ କେଉଁ ଦଳରେ ଯୋଗ ଦେବେ ସେ ବାବଦରେ କିଛି ସ୍ପଷ୍ଟ ହୋଇ ନାହିଁ ।

Leave A Reply

Your email address will not be published.