ମା’ ହେବାକୁ ଚାହୁଁଛନ୍ତି ରାକ୍ଷୀ ସାୱନ୍ତ, କହିଲେ-ବିବାହ ପୂର୍ବରୁ ଆସିପାରେ ଖୁସି ଖବର…

ବର୍ତ୍ତମାନ ସବୁଆଡେ ଆଲିଆ ଭଟ୍ଟଙ୍କ ଖବର ପ୍ରଚାରିତ ହେବାରେ ଲାଗିଛି । ମା’ ହେବାର ଖବର ଆସିବା ପରେ ସୋସିଆଲ ମିଡିଆରେ ଅନେକ ଅଭିନନ୍ଦନ ମିଳୁଛି। ଏବେ ସମସ୍ତେ କପୁର ପରିବାରର ନୂଆ ତଥା କୁନି ଅତିଥିଙ୍କୁ ଅପେକ୍ଷା କରିଛନ୍ତି। ଆଲିଆଙ୍କ ମା’ ହେବା ପରେ ବର୍ତ୍ତମାନ ‘ଡ୍ରାମା କୁଇନ୍‌’ ରାକ୍ଷୀ ସାୱନ୍ତ ମଧ୍ୟ ଏକ ମାଆ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ରାକ୍ଷୀ ସାୱନ୍ତ ପୁଣି ଥରେ ମା ହେବାକୁ ନେଇ ଇଚ୍ଛା ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆରେ ‘ଡ୍ରାମା କୁଇନ’ର ଏହି ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ନିଜେ ପାପାରାଜିଙ୍କ ଆଗରେ ଏହା କହିଛନ୍ତି। ଯେଉଁଥିରେ ରାକ୍ଷୀ ତାଙ୍କ ପ୍ରେମିକ ଆଦିଲ ଖାନଙ୍କ ସହ ଡାକ୍ତରଖାନାରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। ସେଠାରେ ପାପାରାଜି ସେମାନଙ୍କୁ ଘେରି ରହିଥିଲେ ଏବଂ ଆଲିଆଙ୍କ ଗର୍ଭଧାରଣ ବିଷୟରେ ପ୍ରଶ୍ନ ପଚାରିଥିଲେ । ସେହି ସମୟରେ ରାକ୍ଷୀ କହିଥିଲେ, ମୁଁ କେବେ ମା ହେବି?

Leave A Reply

Your email address will not be published.